ଶିବ ଅନୁଭୂତି ଧାମ ଉଦଘାଟିତ,ରାମରାଜ୍ୟ ଦିଗରେ ସଙ୍କଳ୍ପ ଜରୁରୀ-ପୂଜନୀୟା ଦିଦି
ନବରଂଗପୁର : ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଠାରେ ଏକ ଭବ୍ୟ ସମାହୋରରେ ଉଦଘାଟିତ ହେଲା ଶିବ ଅନୁଭୂତି ଧାମ । ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ଧାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି । ଚିତ୍ରକୋଟ ନିବାସୀ ପାର୍ବତୀ ଦେବୀ ସ୍ୱାମୀଙ୍କ ନିଧନର ବହୁ ବର୍ଷ ପରେ ଏକାକୀ ଜୀବନ ବିତାଉଥିଲେ । ଏହା ପରେ ବ୍ରହ୍ମ କୁମାରୀ ଶୁସିଳାଙ୍କ ସଂସ୍ପର୍ଶରେ ଆସି ନିଜକୁ ବ୍ରହ୍ମମୟ ରୂପେ ପରିବର୍ତ୍ତନ କରି ନିଜ ଘରବାରି ଜମି ଦାନ କରିଥିଲେ । ସ୍ୱଅର୍ଜିତ କିଛି ଧନ ମଧ୍ୟ ଅର୍ପଣ କରିଥିଲେ । ତାଙ୍କରି ଏହି ମହାନ କାର୍ଯ୍ୟକୁ ଦେଖି ଅନେକ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ । ଆଜି ସେହି ସ୍ଥାନରେ ଭବ୍ୟ ଇଶ୍ୱରୀୟ ଧାମ ନିର୍ମାଣ କରାଯାୟୀ ସର୍ବସାଧାରଣ ଓ ଭକ୍ତଙ୍କ ନିମନ୍ତେ ଉଦଘାଟିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂଜନୀୟା ନୀଲମ ଦିଦି ଉପସ୍ଥିତ ରହି ସ୍ୱହସ୍ତରେ ଉଦ୍ଘାଟିତ କରିଥିଲେ । ସେ ଏହି କାର୍ଯ୍ୟକ୍ରମ ଅବସରରେ ପବିତ୍ର ଶ୍ରୀରାମ ନବମୀ,ଚୈତ୍ର ଦଶହରା ଏବଂ ଗୁରୁୁବାର ଦିନକୁ ତ୍ରିସଂଗମରେ ରାମ ରାଜ୍ୟର ପରିକଳ୍ପନା କରିଥିଲେ । ଆଧ୍ୟାତ୍ମିକତା ଏବଂ ଯୋଗ ନିର୍ମାଣ କ୍ଷେତ୍ରରେ ବହୁ ସଂଖ୍ୟାରେ ବ୍ରହ୍ମକୁମାରୀ ଓ ଭାଇ ମାନେ ଆଧୁନିକତାକୁ ଉତ୍ସର୍ଗ କରି ବ୍ରହ୍ମଚାରୀ ହୋଇ ସତପଥରେ ଅଗ୍ରସର ହେଉଥିବାରୁ ଆଶିର୍ବାଦ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବରେ ନବରଂଗପୁର ବିଧାୟକ ସଦାଶିବ ପ୍ରଧାନୀ ଦେଶ ବିକାଶ ଉର୍ଦ୍ଧରେ ଆଧ୍ୟାତ୍ମିକତା ନିତାନ୍ତ ଆବଶ୍ୟକତାକୁ ଅନୁଭବ କରିଥିବା କଥା କହିଛନ୍ତି । ତାଙ୍କର ପ୍ରଥମ ଅନୁଦାନ ଏହି ଭବ୍ୟ ଅନୁଷ୍ଠାନ ପାଇଁ ସାହାଯ୍ୟ ଆଜି ରୂପ ନେଇଥିବାରୁ କୃତ୍ତାର୍ଥଲାଭ କରିଥିବା ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନୁର୍ଯ୍ୟୋୟ ମହାପାତ୍ର ଜୀବନର କର୍ତ୍ତବ୍ୟବୋଧଜ୍ଞାନ ଅବସରରେ ଶିବ ଶରଣ ହେବା ଆବଶ୍ୟକତା ରହିଥିବା କହିଛନ୍ତି ଏବଂ ପ୍ରତିଦିନ ଧାମରେ ଅମୃତ ବେଳା ଓ ମୂରଲୀ ଶୁଣିବା କାର୍ଯ୍ୟକ୍ରମକୁ ଆଗେଇ ନେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା କୃଷ୍ଣାମଞ୍ଜରୀ ବିଷୋୟୀ,ବିଧାୟକଙ୍କ ସହଧର୍ମିଣୀ କୌଶଲ୍ୟା ପ୍ରଧାନୀ,ମହିଳା ପର୍ଯ୍ୟବେକ୍ଷକ ରୁନୁ ଦିଦି,ତେନ୍ତୁଳିଖୁଣ୍ଟି ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ,ଅଞ୍ଚଳଗୁମ୍ମା ସରପଞ୍ଚ କୁସୁମା ମାଝୀ,ବିକେ ତାରା,ସୁବ୍ରତ ଚୌଧୁରୀ,ଝରିଗୁମା ସରପଞ୍ଚ,ସୁନିଲ ସାହୁ ଉପସ୍ଥିତ ରହିଥିଲେ । ମଞ୍ଚ ପରିଚାଳନା ବିକେ ରାକ୍ଷୀ ଭଉଣୀ କରିଥିଲେ । ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟରେ ଜିଲ୍ଲା ତଥା ଛତିଶଗଡ ରାଜ୍ୟରୁ ଶତାଧିକ ଭକ୍ତଙ୍କ ଆଗମନ ହୋଇଥିଲା । କାର୍ଯ୍ୟକ୍ରମ ଅବସରରେ ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।
