ଡାକ୍ତର ହେବାକୁ ଇଚ୍ଛା ଥିଲା, କିନ୍ତୁ ହୋଇଗଲେ ଅଭିନେତ୍ରୀ
ହିନ୍ଦୀ ସିନେମା ଜଗତରେ ଚର୍ଚିତ ବହୁ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତିକି ଯେଉଁମାନେ ଅଭିନେତ୍ରୀ ହେବ ପୂର୍ବରୁ ଆଉ କିଛି ବନିବାର ଆଶା ଥିଲା । ମାତ୍ର ତାହା ସମ୍ଭବ ହୋଇନପାରି ସେମାନେ ଅଭିନୟକୁ ନିଜର ପେଶା ଓ ବୃତି ବାଛି ନେଇଥିଲେ । ଏପରି ଜଣେ ଅଭିନେତ୍ରୀ ମନିଷା କୋଇରାଲା। ସେ ଫିଲ୍ମ ଜଗତରେ ନିଜର ଏକ ଅଲଗା ପରିଚୟ ବନାଇଥିଲେ । ପ୍ରଥମେ ଫିଲ୍ମ ସୌଦାଗରରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସୁଭାଷ ଘାଇଙ୍କ ଦ୍ୱାରା ନିର୍ଦ୍ଧେଶିତ ଏହି ଫିଲ୍ମରେ ଦିଲ୍ଲୀପ କୁମାର, ରାଜ କୁମାର, ଓ ବିବେକ ମୁଶରାନ୍ ମୁଖ୍ୟ ଭୁମିକାରେ ନଜର ଆସିଥିଲେ, ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା ।ନିଜ ପ୍ରଥମ ଫିଲ୍ମରୁ ଲୋକଙ୍କ ହୃଦୟରେ ମନିଷା କୋଇରାଲା ଏବେ ଫିଲ୍ମ ଲାଇମଲାଇଟ୍ ରୁ ଦୁରେଇ ଯାଇଛନ୍ତି, ଶେଷଥର ମନିଷା କୋଇରାଲା ଫିଲ୍ମ ସଞ୍ଜୁରେ ନଜର ଆସିଥିଲେ ।
ମନିଷା କୋଇରାଲା ଜନ୍ମ ୧୬ ଅଗଷ୍ଟ ୧୯୭୦ ରେ ନେପାଳ କାଠମାଣ୍ତୁରେ ହୋଇଥିଲା । ୫୧ ବର୍ଷ ପାର୍ କରିସାରିଥିବା ଅଭିନେତ୍ରୀଙ୍କ ବାପାଙ୍କ ନାଁ ପ୍ରକାଶ କୋଇରାଳା ଓ ମା ସୁଷମା କୋଇରାଲା । କହିଦେବୁ କି ତାଙ୍କ ବାପା ନେପାଳରେ କ୍ୟାବିନେଟ୍ ମନ୍ତ୍ରୀ ରହିସାରିଛନ୍ତି । ଏହା ଛଡା ମନିଷା କୋଇରାଲା ନେପାଳର ପୁର୍ବ ପ୍ରଧାନମନ୍ତ୍ରୀ ବିଶ୍ୱେଶ୍ୱର ପ୍ରସାଦ କୋଇରାଲାଙ୍କ ନାତୁଣୀ ଅଟନ୍ତି । ତାଙ୍କ ଏକ ଭାଇ ସିଦ୍ଧାର୍ଥ ଅଟନ୍ତି । ଯିଏକି ଫିଲ୍ମରେ ନଜର ଆସିଛନ୍ତି । ସିଦ୍ଧାର୍ଥ ସଫଳତା ପାଇନଥିଲେ । କହିଦେବୁ କି ମନିଷାଙ୍କ ବାପା ମା ତାଙ୍କ ଫିଲ୍ମରେ କାମ କରିବାରେ ବିରୁଦ୍ଧ ହୋଇଥିଲେ । ଏହି ସମୟରେ ତାଙ୍କ ଜେଜେମା ତାଙ୍କୁ ସପୋର୍ଟ କଲେ । ୧୦ମ ପଢା ଶେଷ ହେବାପରେ ସେ ୧୯୮୯ ରେ ଏକ ନେପାଳୀ ଫିଲ୍ମରେ କାମ କରିଥିଲେ ।
ଆପଣମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ ଏହି ବିଷୟରେ ଜାଣିଥିବେ କି ମନିଷା କୋଇରାଲା ଡାକ୍ତର ହେବାକୁ ଚାହୁଁଥିଲେ । ସେ ଡାକ୍ତର ହେବାପାଇଁ ଇଚ୍ଛାରଖି ଦିଲ୍ଲୀ ଚାଲିଗଲେ । କିନ୍ତୁ ସେହି ସମୟ ରେ ସେ ଜାଣିନଥିଲେ କି ତାଙ୍କ ଭାଗ୍ୟ ଡାକ୍ତର ନୁହେଁ ଅଭିନେତ୍ରୀ ହେବାର ଲେଖା ହୋଇଥିଲା । ଦିଲ୍ଲୀରେ ମଡେଲିଙ୍ଗ୍ ଅଫର୍ ମିଳିଲା । ତାହାପରେ ମନିଷା ଙ୍କୁ ଲାଗିଲା କି ତାଙ୍କୁ ଅଭିନୟ ଆଡକୁ ଧ୍ୟାନ ଦେବା ଉଚିତ୍ । ସେହି ସମୟରେ ସୁଭାଷ ଘାଇ ଫିଲ୍ମ ସୌଦାଗର୍ କରୁଥିଲେ । ସେହି ଫିଲ୍ମରେ ତାଙ୍କୁ ଏକ ନୁଆ ଚେହେରାର ଦରକାର ଥିଲା । ତାପରେ ଏହି ଫିଲ୍ମର ବିଷୟରେ ଜଣାପଡିଲା ଓ ସେ ସୁଭାଷ ଘାଇଙ୍କୁ ଦେଖାଗଲେ । ପରିଶେଷରେ ସ୍କ୍ରିନ୍ ଟେଷ୍ଟ ପରେ ମନିଷାଙ୍କୁ ଫିଲ୍ମରେ ନିଆଗଲା । ଏହି ଫିଲ୍ମ ପରେ ମନିଷାଙ୍କ ଜୀବନ ପୁରା ବଦଳିଗଲା ।
ଜଣାଥିବ କି ମନିଷା କୋଇରାଲା କ୍ୟାନ୍ସର୍ ପରି ଖତରନାକ୍ ରୋଗକୁ ମାତ୍ ଦେଇସାରିଛନ୍ତି । ସେ ଯେବେ ଏହି ବିଷୟରେ ଜାଣିପାରିଲେ ସେ କ୍ୟାନ୍ସର୍ ରୋଗରେ ପିଡୀତ ଅଛନ୍ତି କାଠମାଣ୍ତୁ ଓ ମୁମ୍ବାଇରେ ଚିକିତ୍ସା କରାଗଲା । ପରିଶେଷରେ ମନିଷା ଆମେରିକାରେ ଚାରି ବର୍ଷ ଚିକିତ୍ସା କରାଇଲେ ଓ ଏହି ରୋଗକୁ ମାତ୍ ଦେବାରେ ସଫଳ ହେଲେ । ଅଭିନେତ୍ରୀ କ୍ରିମିନାଲ୍, ବମ୍ବେ, ଏକେଲେ ହମ୍ ଏକେଲେ ତୁମ୍, ଦୁଶମନ୍, ଅଗ୍ନିସାକ୍ଷୀ, ଗୁପ୍ତ, ଦିଲ୍ ସେ, କଚେ ଧାଗେ, ଓ ମନ୍ ଇତ୍ୟାଦି ସୁପରହିଟ୍ ଫିଲ୍ମରେ ନଜର୍ ଆସିସାରିଛନ୍ତି । ଆଜି ସେମିତି ମନିଷା କୋଇରାଲା ଲାଇମ୍ ଲାଇଟ୍ ରୁ ଦୁରେଇଯାଇଛନ୍ତି, କିନ୍ତୁ ତାଙ୍କ୍ ଫ୍ୟାନ୍ସ ତାଙ୍କ ଫିଲ୍ମକୁ ଦେଖିବାକୁ ପସନ୍ଦ କରୁଛନ୍ତି ମନିଷା ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟ ଜରିଆରେ ଫ୍ୟାନ୍ସଙ୍କ ସହ ଆକ୍ଟିଭ୍ ରୁହନ୍ତି । ସେ ବହୁତଥର ନିଜ ଫଟୋଗୁଡିକ ଓ ଭିଡିଓଗୁଡିକ ଫ୍ୟାନ୍ସଙ୍କ ସହ ସେୟାର୍ କରିଥାନ୍ତି ।



