ଆଜି ରିଲିଜ ହେବନି ସାହିଦଙ୍କ ‘ଜର୍ସି’
ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଫିଲ୍ମ ‘ଜର୍ସି’କୁ ଲମ୍ବା ସମୟ ଧରି ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଖରାପ ଖବର। କ୍ରିକେଟ ଉପରେ ଆଧାରିତ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ଡିସେମ୍ବର ୩୧ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ରିଲିଜ ଡେଟକୁ ସ୍ଥଗିତ ରଖାଯାଇଛି। ଏନେଇ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ସୂଚନା ଦେଇଛନ୍ତି।
ଦେଶରେ ବଢ଼ୁଥିବା ଓମିକ୍ରୋନ୍ ମାମଲାକୁ ଦୃଷ୍ଟିରେ ରଖି ଫିଲ୍ମଟିକୁ ରିଲିଜ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁସାରେ, ଦିଲ୍ଲୀରେ ସିନେମା ହଲ୍ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ମହାରାଷ୍ଟ୍ରରେ ମାତ୍ର ୫୦ ପ୍ରତିଶତ ସିଟରେ ପରିଚାଳିତ ହେଉଛି। ସେଥିପାଇଁ ନିର୍ଦ୍ଦେଶକ ଫିଲ୍ମଟିକୁ ରିଲିଜ ନ କରିବାକୁ ପଦକ୍ଷେପ ନେଇଛନ୍ତି। ଏଥିସହିତ ଆଗାମୀ ରିଲିଜ ଡେଟ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
