ସାତ ଜଣ ଯବାନକୁ ଛତିଶଗଡ଼ ସୌର୍ଯ୍ୟ ପଦକରେ ସମ୍ମାନିତ କରାଯିବ
ରାୟପୁର : ପୁଲିସ ମୁଖ୍ୟାଳୟ ରାୟପୁର ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ନାମା ଅନୁଯାୟୀ ରାଜ୍ୟ ସ୍ଥାପନା ଦିବସ ଅବସରରେ ବସ୍ତରର ୭ ଜଣ ଯବାନଙ୍କୁ ଛତିଶଗଡ଼ ସୌର୍ଯ୍ୟ ପଦକରେ ସମ୍ମାନିତ କରାଯିବ । ସେମାନେ ଅପୂର୍ବ ସାହସ ପ୍ରଦର୍ଶନ କରିଥିଲେ ଏବଂ ଅନେକ ନକ୍ସଲଙ୍କୁ ହତ୍ୟା କରିଥିଲେ । ଏହି ସାତ ଜଣ ଯବାନଙ୍କ ମଧ୍ୟରୁ ଦୁଇଜଣ ଦନ୍ତେୱାଡ଼ା ଏବଂ ପାଂଚ ଜଣ ନାରାୟଣପୁର ଜିଲ୍ଲାରୁ ଅଛନ୍ତି । ଏଥି ମଧ୍ୟରେ ଜଣେ ଆସିଷ୍ଟାଂଟ ସବ୍-ଇନସପେକ୍ଟର, ଚାରିଜଣ ହେଡ଼ କନେଷ୍ଟବଳ ଏବଂ ଦୁଇଜଣ କନେଷ୍ଟବଳ ଅଛନ୍ତି । ଏ ବାବଦରେ ମଙ୍ଗଳବାର ଦିନ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।
ଏହି ଯବାନ ମାନଙ୍କ ମଧ୍ୟରେ ସୋମାରୁ କଡ଼ତୀ-ସହାୟକ ଉପ ନିରୀକ୍ଷକ, ଦନ୍ତେୱାଡ଼ା, କେଲର ଲାଲ ସରୋଜ ୨୨୮, ମୁଖ୍ୟ ଆରକ୍ଷକ, ଦନ୍ତେୱାଡ଼ା, ବୈସାଖୁ ରାମ ସୋମ ୨୧୮, ମୁଖ୍ୟ ଆରକ୍ଷକ, ଜିଲ୍ଲା ଆରକ୍ଷକ, ନାରାୟଣପୁର ଜିଲ୍ଲା, ପୁନଓ ରାମ ଦୁଗା ୮୩୧ ମୁଖ୍ୟ ଆରକ୍ଷକ, ନାରାୟଣପୁର ଜିଲଲା, ସକେନ୍ଦ୍ର କୁମାର ନତୋମ ୭୫୧, ମୁଖ୍ୟ ଆରକ୍ଷକ, ନାରାୟଣପୁର ଜିଲ୍ଲା, ବିବେକ ସିଂ ୭୦୯, ଆରକ୍ଷକ, ନାରାୟଣପୁର ଜିଲ୍ଲା, ରମେଶ କୁମାର ଅନ୍ଧାରେ ୭୧୪, ନାରାୟଣପୁର ଜିଲଲାରୁ ସାମିଲ ଅଛନ୍ତି । ଏମାନେ ନକ୍ସଲ ଅପରେସନରେ ବଡ଼ ସଫଳତା ହାସଲ କରିଛନ୍ତି । ବଡ଼ ବଡ଼ ଏନକାଉଂଟରରେ ସାମିଲ ହୋଇ ନକ୍ସଲ ନେତାଙ୍କୁ ହତ୍ୟା କରିଛନ୍ତି । ଦନ୍ତେୱାଡ଼ାର ଯବାନ ସୋମାରୁ ଏବଂ କେଶର ଲାଲ ବୁରଗୁମ, ଗୁମିଆପାଲ ଓ ତିମେନାର ଜଙ୍ଗଲରେ ହୋଇଥିବା ଏନକାଉଂଟରରେ ସାମିଲ ଅଛନ୍ତି । ବୁରଗୁମ ରେ ମାଓବାଦୀର କ୍ୟାଡ଼ରରେ ୫ ନକ୍ସଲ, ତିମେନାରରେ ୮ ନକ୍ସଲଙ୍କୁ ଏନକାଉଂଟର କରିଛନ୍ତି । ଏଥି ସହିତ ଗୁମିଆପାଲରେ ଏକ ହାଡ଼କୋର ପୁରସ୍କାର ଥିବା ନକ୍ସଲକୁ ଏନକାଉଂଟର କରିଛନ୍ତି ।
