ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସେବା ଦିବସ ପାଳିତ
ସୋର : ସୋର କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ପକ୍ଷରୁ ଉତ୍କଳବନ୍ଧୁ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସେବା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଅରମ୍ଭରେ ଗୋପବନ୍ଧୁଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମହାନ୍ତିଙ୍କ ପୈାରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଆଚାର୍ଯ୍ୟା ସୁବାସିନୀ ପଣ୍ଡା ଯୋଗ ଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ ସହ ଦେଶଭକ୍ତି ଆଜିର ଦିନରେ ସମସ୍ତଙ୍କ ପାଇଁ ଆଗକୁ ବଢ଼ିବାର ରାହା ଦେଉଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ପ୍ରବୀର କୁମାର ଉପାଧ୍ୟାୟ ଓ ଅନ୍ୟତମ ଅତିଥି ଭାବେ ଆଚାର୍ଯ୍ୟା ବବିତା ଦାସ ଯୋଗ ଦେଇ ସମାଜ ପାଇଁ ଗୋପବନ୍ଧୁଙ୍କ ସମର୍ପିତ ଜୀବନ ଓ ଉତ୍ସର୍ଗୀକୃତ ସେବାମନୋବୃତ୍ତି ନେଇ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ସୋର ଡାକ୍ତରଖାନାରେ ରୋଗୀଙ୍କୁ ‘ଳ ବଣ୍ଟନ କରାଯାଇଥିଲା । ମମତା ମହାନ୍ତି ଅତିଥି ପରିଚୟ ରଖିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଲିଜାରାଣୀ ସାହୁ । ମାନୁରାଣୀ କର, ବାସନ୍ତିଲତା ପଲେଇଙ୍କ ସହ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିୀଥିଲେ ।
