ସେପ୍ଟେମ୍ବର ୧୨ ନିଟ୍ ପରୀକ୍ଷା
ନୂଆଦିଲ୍ଲୀ : ଛାତ୍ରଛାତ୍ରୀମାନଙ୍କ ପିଟିଶନ ଖାରଜ କରିଲେ ସୁପ୍ରିମକୋର୍ଟ । ନିଟ୍ ୟୁଜି ପରୀକ୍ଷାର ତାରିଖ ପରିବର୍ତ୍ତନ କରିବାକୁ ନେଇ ଛାତ୍ରଛାତ୍ରୀମାନଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏନଟିଏଙ୍କ ଆଗରେ ନିଜର ଅଭିଯୋଗ ରଖିବାକୁ କହିଛନ୍ତି ।
କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବାକୁ ଆମର ପ୍ଲାଟଫର୍ମ ବ୍ୟବହାର କରନ୍ତୁ ନାହିଁ ବୋଲି କୋର୍ଟ କହିଛି । ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତିକୁ ନେଇ ଏପରି ନିଷ୍ପତି ହୋଇଥିବା କୁହାଯାଉଛି ।ସିବିଏସି ପରୀକ୍ଷାରେ କମ୍ପାର୍ଟମେଣ୍ଟ ଦେଉଥିବା କିଛି ଛାତ୍ର ଛାତ୍ରୀ ନିଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ଜଷ୍ଟିସ ଖାନୱିଲକର ମାମଲର ଶୁଣାଣି କରି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଏଜେନ୍ସି କିମ୍ବା କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ କହିଛନ୍ତି। ସୂଚନା ଯେ, ଏନଟିଏ ଯଥାକ୍ରମେ ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୨ ରେ ବୈଷୟିକ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଜେଇ (ମେନ୍) ଏବଂ ନିଟ୍ ପରୀକ୍ଷା କରିବାକୁ ଯୋଜନା କରିଛି । ଏହି ବର୍ଷ ଓଡ଼ିଶାର ୫୦ ହଜାରରୁ ଅଧିକ ଛାତ୍ର ନିଟରେ ଏବଂ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ଜେଇ (ମେନ୍) ପରୀକ୍ଷା ଦେବେ ।
