ସାଇବର କ୍ରାଇମ ଉପରେ ସେମିନାର
ବାଲେଶ୍ୱର : ବାଲେଶ୍ୱର ଜିଲା ଲିଗାଲ ସର୍ଭିସ୍ ଅଥରିଟି ତରଫରୁ ଗୁରୁବାର ନିଷ୍ଟ କଲେଜରେ ସାଇବର କ୍ରାଇମ ଉପରେ ଏକ ସେମିନାର କରାଯାଇଥିଲା । ଆଗାମୀ ଦିନରେ ଅପରାଧକୁ ରୋକିବା ପାଇଁ ଏହା ନିଷ୍ଟର ଏକ ଭିନ୍ନ ପ୍ରୟାସ ବୋଲି ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ ।
ସେମିନାରରେ ଅଧ୍ୟାପକ ଡ. ପଙ୍କଜ କୁମାର ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲା ଲୋକ ଅଦାଲତର ଚେୟାରମେନ ଚିନ୍ତାମଣି ପଣ୍ଡା ଯୋଗଦେଇ ସାଇବର କ୍ରାଇମ କେମିତି ଆମକୁ କ୍ୟାନ୍ସର ଭଳି ଖାଇ ଯାଉଛି ସେ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ସାଇବର ପୋଲିସ୍ ଥାନାର ଆଇଆଇସି ମିନା ବିନ୍ଧାଣି ଯୋଗଦେଇ ସୋସିଆଲ ମିଡ଼ିଆରେ ପ୍ରଫାଇଲ ଲକ୍ ବିଷୟରେ କହିଥିଲେ । ସମ୍ମାନୀୟ ଅତିଥିଭାବେ ଜିଲା ଲିଗାଲ ସେଲର ସମ୍ପାଦକ ପ୍ରିୟରଞ୍ଜନ ଓଝା ଯୋଗଦେଇ ସେଲର ଉପାଦେୟ ବିଷୟରେ କହିବା ସହ ସାଇବର କ୍ରାଇମର ଦଣ୍ଡବିଧାନ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ବକ୍ତାଭାବେ ସାଇବର ଥାନାର ଏସ୍ଆଇ ମାନସ ବିଶ୍ୱାଳ ଯୋଗଦେଇ ଫେସବୁକ ଓ ଇନ୍ଷ୍ଟାଗ୍ରାମ୍ ଠକେଇ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ଭାବେ ସାଇବର ଥାନାର ଏସ୍ଆଇ ସ୍ୱର୍ଣ୍ଣପ୍ରଭା ଜେନା ଆମେ ଫେସବୁକ ଦ୍ୱାରା କେମିତି ନଷ୍ଟ ହୋଇଯାଉଛେ ସେ ବିଷୟରେ କହିଥିଲେ । ଅନ୍ୟତମ ଅତିଥିଭାବେ ଅଧ୍ୟାପକ ନିରଞ୍ଜନ ଜେନା, ଅଧ୍ୟାପକ ବିଦ୍ୟାଧର ପ୍ରଧାନ ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ନିଷ୍ଟର ଇଂରାଜୀ ବିଭାଗର ଅଧ୍ୟାପିକା ରାଜେଶ୍ୱରୀ ପଣ୍ଡା ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଆଡଭୋକେଟ୍ ସତ୍ୟେନ୍ଦ୍ର ଉମାଶଙ୍କର ରାଉତ ଧନ୍ୟବାଦ ଦେଇଥିଲେ । ଏଥିରେ ଅଧ୍ୟାପକ ଡ. ସଂଗ୍ରାମ କୁମାର ରାଉତ, ଅଧ୍ୟାପକ ସତ୍ୟନାରାୟଣ ସାହୁ, ଅଧ୍ୟାପକ ଉତ୍ତମ କୁମାର ବାରିକ, ଅଧ୍ୟାପକ ସୌମ୍ୟକାନ୍ତ ଦଳାଇ, ଅଧ୍ୟାପକ ମାନସ କୁମାର ଗିରି, ଅଧ୍ୟାପକ ପର୍ଶୁରାମ ଗିରି, ଅଧ୍ୟାପ ତାପସ କୁମାର ମିଶ୍ର, ନିୟନ୍ତ୍ରଣ ଅଧିକାରୀ ସଦାଶିବ ଜେନା, ନିୟନ୍ତ୍ରଣ ଅଧିକାରୀ ଅଜିତ କୁମାର ସାହୁ, ମନୋଜ କୁମାର ପ୍ରଧାନ, ପ୍ରସନ୍ନଜିତ୍ ଦତ, ଶୃତିରଂଜନ ଅଧିକାରି, ରାଜେନ୍ଦ୍ର ମନ୍ତ୍ରୀ, ଉତମ କୁମାର ବେହେରା, ଉମାକାନ୍ତ ଜେନା, ନଗେନ୍ଦ୍ର କରଣ, ତପନ କୁମାର ରାଉତ, ଲକ୍ଷ୍ମୀକାନ୍ତ ନାଥ ସହଯୋଗ କରିଥିଲେ । ଏଥିରେ ୨୦୦ ଛାତ୍ର, ଅଧ୍ୟାପିକା-ଅଧ୍ୟାପକ ଯୋଗ ଦେଇଥିଲେ । ଶେଷ ପର୍ଯ୍ୟାୟରେ ପିଲାମାନଙ୍କର ପ୍ରଶ୍ନର ଉତ୍ତର ଲୋକ ଅଦାଲତର ଚେୟାରମେନ ଶ୍ରୀ ପଣ୍ଡା ଦେଇଥିଲେ ।
