ଇଏସଆଇ ହସ୍ପିଟାଲ ପାଇଁ ଭୂମି ଚୟନ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେ ଅନେକ କଳକାରଖାନା ରହିଥିଲେ ମଧ୍ୟ ଏଠାରେ ଏକ ESI ହସ୍ପିଟାଲ ନଥିବା କାରଣରୁ ରୋଗଗ୍ରସ୍ତ ଓ ଆହତ ଶ୍ରମିକ ମାନେ ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ବାଧ୍ୟ ହେଉଥିଲେ ଓ ବହୁ ଅସୁବିଧାର ସାମ୍ମୁଖୀନ ହେଉଥିଲେ, ଏଣୁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ ESIC Hospital ପ୍ରତିଷ୍ଠା ପାଇଁ ବାରମ୍ବାର କେନ୍ଦ୍ର ମନ୍ତ୍ରୀଙ୍କ ସହିତ ପତ୍ରାଚାର କରିବା ସହ ଆଲୋଚନା କରି ଆସୁଥିଲେ । ଅବଶେଷରେ ମାନ୍ୟବର କେନ୍ଦ୍ର ଶ୍ରମମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ବାଲେଶ୍ୱର ରେ ଏକ 100 ଶଯ୍ୟା ବିଶିଷ୍ଟ ESIC Hospital ପ୍ରତିଷ୍ଠା ପାଇଁ ତାଙ୍କର ସଦୟ ସମ୍ମତି ପ୍ରଦାନ କରିଥିଲେ l ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବା ପାଇଁ ମାନ୍ୟବର ମନ୍ତୀ ଙ୍କୁ ନିବେଦନ କରିବାରୁ ତାଙ୍କର ନିର୍ଦେଶ କ୍ରମେ ଆଜି ଏକ କେନ୍ଦ୍ରୀୟ ଟିମ ଓ ସ୍ଥାନୀୟ ପ୍ରଶାସନ ସହ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ଥlବିତ୍ତ ତିନୋଟି ସ୍ଥାନ ଯଥା ସଦର ବ୍ଲକ ର ହଳଦୀପଦା, ରେମୁଣା ବ୍ଲକ ର ବିଦ୍ୟାଧର ପୁର ଓ ନରହରିପୁର ବୁଲି ଅନୁଧ୍ୟାନ କରିବା ସହ ଖୁବ ଶୀଘ୍ର ଉପଯୁକ୍ତ ସ୍ଥାନ ଚୟନ କରି ମାନ୍ୟବର ମନ୍ତ୍ରୀଙ୍କ ଉପସ୍ଥିତିରେ ଶିଳାନ୍ୟାସ କରାଯିବ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପରିଦର୍ଶନ ସମୟରେ ସାଂସଦଙ୍କ ସହିତ ଉଭୟ ବାଲେଶ୍ଵର ଓ ରେମୁଣା ତହସିଲଦାର ସମେତ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, କମଳଲୋଚନ ଦାସ, ସୁବୋଧଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ:- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ
