ଦେଶୀ ଓ ବିଦେଶୀ ମଦ ଜବତ, ୨ ବେପାରୀ ଅଦାଲତ ଚାଲାଣ
କୋରେଇ : ପାଣିକୋିଲି ପୁଲିସ ଚୋରା ମଦ ବେପାରୀଙ୍କ ଉପରେ କଡା ନଜର ରଖିଛି । ବୁଧବାର ଦୁଇଟିସ୍ଥାନରେ ମଦ ବେପାର ଖବର ପାଇ ଦୁଇ ଜଣଙ୍କୁ ମଦ ସହ ଧରି ଆଜି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ୧୬ ନମ୍ବର ଜାତୀୟ ରାଜପଥ କଡରେ ଗୀତା ହୋଟେଲ ନିକଟରେ ଚୋରା ମଦ ବେପାରର ଖବର ପାଇ ସବଇନ୍ସପେକ୍ଟର ପ୍ରକାଶ ପ୍ରଧାନ ସଦଳବଳେ ଚଢାଉ କରିଥିଲେ । ସେଠାରେ ସନ୍ଦେହ ଜନକ ଭାବେ ଜଣଙ୍କୁ ଧରିବାରୁ ତା ନିକଟରୁ ୧୮ ବୋତଲ ମ୍ୟାକଡଲ ନମ୍ବର ୱାନ ଦେଶୀ ମଦ ଜବତ କରିବା ସହ ତାକୁ ଥାନାକୁ ଆଣିଥିଲେ । ଗୋଳେଇପୁର ପଂଚାୟତ ଅନ୍ତର୍ଗତ ସାନ ସୋତି ଗ୍ରାମର ଭଜନ ମଳିକଙ୍କ ପୁଅ ଗୌରା ମଳିକ(୫୦)କୁ ଏକ ମାମଲା ୩୩୫/୨୨ରେ ଗିରଫ କରାଯାଇଥିଲା । ଏଥି ସହିତ ଚାନ୍ଦପୁର ଛକ ଠାରେ ମଦ ବେପାର ଖବର ପାଇ ଚଡାଉ କରାଯାଇଥିଲା । ପଥରପଦା ପଂଚାୟତ ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଦୁକା ହାସଦାଙ୍କ ପୁଅ ରଘୁନାଥ ହାସଦା(୪୨)କୁ ଯାଂଚ କରିବାରୁ ତା ନିକଟରୁ ୩୦ ବୋତଲ ଦେଶୀ ମଦ(ଆସ୍କାଫଟିଁ) ମିଳିଥିଲା । ତାକୁ ଥାନାକୁ ଆଣି ଏକ ମାମଲା ୩୩୪/୨୨ ରୁଜ୍ଜୁ କରାଯାଇଥିଲା । ଗିରଫ ଦୁଇ ଦେଶୀ ଓ ବିଦେଶୀ ମଦ ବେପାରୀକୁ ଆଜି ଦଫା ୫୨(ଏ) ଓଡିଶା ଏକ୍ସସାଇଜ ଆକ୍ଟରେ ଅଦାଲତ ଚାଲାଣ କରାଯାଇଛି ।
