ମଙ୍ଗଳାଘାଟ ଛକ ନିକଟରୁ ୮୯୦ ଗ୍ରାମ ବ୍ରାଉନସୁଗାର ଜବତ : ୪ ଗିରଫ
ପୁରୀ : ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଛକ ନିକଟ ସ୍ୱରେଜ ଛକରୁ ପୋଲିସ ୮୯୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏ ସଂପର୍କରେ ବାସେଳି ସାହି ଥାନାରେ ୨୭୦/୨୨ରେ ମାମଲା ରୁଜୁ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି । ଆନ୍ତଃରାଜ୍ୟ ନିଶା ବେପାରି ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ କଲିକତା ମୁସିରାବାଦ ଜିଲ୍ଲା ଭଗବାନଗୋଲା ଥାନା ଅନ୍ତର୍ଗତ ଅଜମତପୁର ଗ୍ରାମର ହସନ ଅଲ୍ଲୀ (୪୫),ସେହି ରାଜ୍ୟର ରଘୁନାଥ ଥାନା ଅନ୍ତର୍ଗତ ମାଲଦରପଡ଼ାର ଅଜିଜୁର ରେହେମନ (୩୫), ଓଡ଼ିଶାର ଖୋର୍ଦ୍ଧା ଜଟଣୀ ଥାନା ତରବୋଇ ଗ୍ରାମର ଆଜାଦ ଅଲ୍ଲୀ (୩୮), ଜଗତସିଂହପୁର ବାଲିକୁଦା ଥାନା ମାଛ ଗାଁର ବିପ୍ଲବ ମଲ୍ଲିକ (୩୫) ସେମାନଙ୍କ ଠାରୁ ୮୯୦ ଗ୍ରାମ ଓଜନର ବ୍ରାଉନସୁଗାର,୧୧ ହଜାର ୫ଶହ ନଗଦ ଟଙ୍କା, ଗୋଟିଏ ବୁଲେଟ ମଟରସାଇକେଲ,ଗୋଟିଏ କାର ଓ ୯ଟି ମୋବାଇଲ ଜବତ କରାଯାଇଛି । ଏ ସଂପର୍କରେ ବାସେଳି ସାହି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡା,ବାସେଳି ସାହି ଥାନା ଆଇଆଇସି ଓ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
