ସୁରକ୍ଷାବାହିନୀ-ଆତଙ୍କବାଦୀଙ୍କ ଗୁଳିବିନିମୟ : ଜଣେ ଆତଙ୍କୀ ମୃତ
ଶ୍ରୀନଗର : ଶ୍ରୀନଗରର ହରୱାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏନେଇ କାଶ୍ମୀର ଜୋନ୍ ପୋଲିସ ତରଫରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ କେଉଁ ସଂଗଠନ ସହ ଜଡିତ ଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ହରୱାନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାନେଇ ଏକ ବିଶେଷସୁତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଥିଲା। ସୂଚନା ଯେ, ଗୁରୁବାର ଜମ୍ମୁ କଶ୍ମୀରର କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଦୁଇ ଜଣ ଏଲଇଟି ଆତଙ୍କବାଦୀ ନିହତ ହୋଇଥିଲେ।
