ସୁଞ୍ଜଓ୍ୱାନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଯବାନ ସହିଦ, ୪ ଆହତ
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ସୁଞ୍ଜଓ୍ୱାନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ଜାରି ରହିଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ଏକ ଘରେ ଲୁଚିଥିବା ଆଶଙ୍କା କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।
ଜାମ୍ମୁ ଜୋନ୍ ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ଆମେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛୁ ଓ ଗୁଳିବିନିମୟ ଜାରି ରହିଛି। ଆତଙ୍କବାଦୀମାନେ ଏକ ଘରେ ଲୁଚି ରହିଥିବା ଜଣାପଡିଛି।
