ଦ୍ଵିତୀୟ ଟେଷ୍ଟ : ପ୍ରଥମ ଇନିଂସରେ ଭାରତ ୩୬୪ରେ ଅଲଆଉଟ
ଲର୍ଡସ୍ : ଐତିହାସିକ ଲର୍ଡସ୍ରେ ଭାରତ ଏବଂ ଇଲଣ୍ଡ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଇଂନିସରେ ୩୬୪ ରନରେ ଅଲଆଉଟ ହୋଇଯାଇଛି ଭାରତ । ଲୋକେଶ ରାହୁଲଙ୍କ ଦମଦାର ଶତକ ବଳରେ ବଡ ସ୍କୋର କରିବାକୁ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ପ୍ରଥମ ଦିନ ୨୭୬/୩ରୁ ଖେଳ ଆରମ୍ଭ କରିଥିବା ଭାରତ କିନ୍ତୁ ଦ୍ବିତୀୟ ଦିନରେ ଏତେଟା ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇପାରିନାହିଁ । ଭାରତର ଶେଷ ୱିକେଟ୍ ଭାବେ ରବୀନ୍ଦ୍ର ଜାଡେଜା ୪୦ ରନ୍ କରି ଆଉଟ୍ ହୋଇଛନ୍ତି। ଦ୍ବିତୀୟ ଦିନ ଖେଳରେ ମାତ୍ର ୮୮ ରନ କରି ୭ଟି ଓ୍ବିକେଟ ହରାଇଛି ଭାରତ । ତେବେ ମିଡଲ୍ ଅର୍ଡରରେ ବ୍ୟାଟିଂ ବିଫଳତା ଯୋଗୁ ଭାରତ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି। ଭାରତର ଟପ୍ ସ୍କୋରର ରାହୁଲ୍ ୧୨୯ ରନ୍ କରିଥିବା ବେଳେ ରୋହିତ୍ ଶର୍ମା ୮୩ ରନ୍ର ଇନିଂସ୍ ଖେଳିଛନ୍ତି। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି।
Innings Break!
— BCCI (@BCCI) August 13, 2021
Jadeja (40) is the last one to depart as #TeamIndia are all out for 364 runs.
Scorecard – https://t.co/KGM2YEualG #ENGvIND pic.twitter.com/hOWcJNlGKu
ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୬ ରନ୍ କରିଥିଲା। ଦ୍ୱିତୀୟ ଦିବସ ଆରମ୍ଭରୁ ଭାରତକୁ ଡବଲ୍ ଝଟକା ଲାଗିଥିଲା। ଶତକ ମାରିଥିବା ରାହୁଲ୍ ଦିବସର ଦ୍ୱିତୀୟ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଓଲି ରବିନସନ୍ ଆଉଟ୍ କରି ଇଂଲଣ୍ଡକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ରାହୁଲ୍ ନିଜର ଶତକୀୟ ଇନିଂସରେ ୨୫୦ ବଲର ସାମ୍ନା କରି ୧୨ ଚୌକା ଓ ୧ ଛକା ମାରିଥିଲେ। ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଇଂଲଣ୍ଡର ଭେଟେରାନ୍ ପେସର୍ ଆଣ୍ଡରସନ୍ ଖରାପ ଫର୍ମରେ ଥିବା ଅଜିଙ୍କ୍ୟ ରାହାଣେ (୧)ଙ୍କୁ ଆଉଟ୍ କରିଥିଲେ। ରାହାଣେ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ପ୍ରଥମ ସ୍ଲିପରେ ଜୋ ରୁଟଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଓ ଜାଡେଜା ଭଲ ଭାଗିଦାରୀ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ପନ୍ତ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ପନ୍ତ ୩୭ ରନ୍ କରି (୫୮ ବଲ୍, ୫ ଚୌକା) ମାର୍କ ଉଡଙ୍କ ଶିକାର ହୋଇଥିଲେ। ଜାଡେଜା ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଥିଲେ। ଶେଷକ୍ରମରେ ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିବା ବେଳେ ଈଶାନ୍ତ ଶର୍ମା ୮ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଓଲି ରବିନସନ୍ ଓ ମାର୍କ ଉଡ୍ ୨ଟି ଲେଖାଏ ଏବଂ ମୋଇନ୍ ଅଲୀ ଗୋଟିଏ ୱିକେଟ୍ ହାସଲ କରିଥିଲେ। ସୂଚନା ଯେ. ଭାରତ ପାଇଁ ବେଶ ଚମତ୍କାର ସାବ୍ୟସ୍ତ ହୋଇଥିଲା ପ୍ରଥମ ଦିନ । ଓପନିଂ ଯୋଡି ଲୋକାଶ ରାହୁଲ ଏବଂ ରୋହିତ ଶର୍ମା ଚମତ୍କାର ଆରମ୍ଭ କରିଥିଲେ । ପ୍ରଥମ ଓ୍ବିକେଟ ଯୋଡିରେ ଶତକୀୟ ଭାଗିଦାରୀ କରିଥିଲେ ଉଭୟ ବ୍ୟାଟ୍ସମ୍ୟାନ୍ । ଓପନର ଲୋକେଶ ସର୍ବାଧିକ ୧୨୯ ରନ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୮୩, ଚେତେଶ୍ବର ପୁଜାରା ୯, ଅଧିନାୟକ ବିରାଟ କୋହଲି ୪୨, ଅଜିଙ୍କ୍ୟ ରାହାଣେ ୧, ଋଷଭ ପନ୍ତ ୩୭, ରବୀନ୍ଦ୍ର ଜାଡେଜା ୪୦, ମହମ୍ମଦ ସାମୀ ୦, ଇଶାନ୍ତ ଶର୍ମା ୮, ଯଶପ୍ରୀତ ବୁମରାହ ୦ ରନ କରି ଆଉଟ ହୋଇଛନ୍ତି । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୬୨ ରନ ଦେଇ ସର୍ବାଧିକ ୫ ଓ୍ବିକେଟ ନେଇଛନ୍ତି । ସେହିଭଳି ହଲି ରବିନସନ୍ ୭୩ ରନ ଦେଇ ୨ଟି, ମାର୍କ ଉଡ୍ ୯୧ ରନ ଦେଇ ୨ଟି, କୋଇନ୍ ଅଲ୍ଲୀ ୫୩ ରନ ଦେଇ ଗୋଟିଏ ଓ୍ବିକେଟ ହାସଲ କରିଛନ୍ତି । ସାମ୍ କରନ ୭୨ ରନ ବ୍ୟୟ କରିଛନ୍ତି ।
