ଦ୍ଵିତୀୟ ଟେଷ୍ଟ : ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ
ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି । ଯାହା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ବର୍ଷା ଯୋଗୁଁ ମ୍ୟାଚର ଟସ୍ ବିଳମ୍ବ ହୋଇଥିଲା । ମଧ୍ୟାହ୍ନ ଭୋଜନ ବିରତି ମଧ୍ୟ ଶୀଘ୍ର ନିଆଯାଇଛି ଏବଂ ଯେତେବେଳେ ଦ୍ୱିତୀୟ ସେଶନ ଖେଳ ୧୨ ଟାରୁ ଖେଳାଯିବ । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ କାନପୁରରେ ଖେଳାଯାଇଥିଲା ଯାହାର ଫଳାଫଳ ଡ୍ର ହୋଇଥିଲା । ଏହି ମ୍ୟାଚରେ ଉଭୟ ଦଳ ଜିତିବାକୁ ଚାହାଁନ୍ତି ।
ଭାରତ ପାଇଁ ଭଲ କଥା ହେଉଛି ଏହାର ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ ଫେରି ଆସିଛନ୍ତି । କୋହଲି ଟି -୨୦ ବିଶ୍ୱକପ ପରେ ଏକ ବ୍ରେକ ନେଇଥିଲେ ଏବଂ ଏହି କାରଣରୁ ଟି-୨୦ ସିରିଜ ପରେ ମଧ୍ୟ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିନଥିଲେ । ତାଙ୍କ ଆଗମନ ପରେ ଦଳର ବ୍ୟାଟିଂ ଶକ୍ତିଶାଳୀ ହେବ । ଯଦିଓ ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ଭଲ ଖବର ଆସିନାହିଁ ।
ସମ୍ଭାବ୍ୟ ଇଣ୍ଡିଆ ଏକାଦଶ :
ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (କ୍ୟାପଟେନ), ଶ୍ରେୟାସ ଆୟର୍, ରିଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଉମେଶ ଯାଦବ, ମହମ୍ମଦ ସିରାଜ ।
ସମ୍ଭାବ୍ୟ ନ୍ୟୁଜିଲ୍ୟାଣ୍ଡ ଏକାଦଶ :
ୱିଲ ୟଙ୍ଗ, ଟମ ଲାଥାମ (କ୍ୟାପଟେନ), ଡ୍ୟାରିଲ ମିଚେଲ, ରସ ଟେଲର, ହେନେରୀ ନିକୋଲ୍ସ, ଟମ ବ୍ଲେଣ୍ଡଲେ (ୱିକେଟ୍ କିପର), ରାଚିନ୍ ରବିନ୍ଦ୍ର, କାଇଲ୍ ଜାମିସନ୍, ଟିମ୍ ସାଉଥୀ, ନିଲ୍ ୱାଗନର୍, ଆଇଜାଜ୍ ପଟେଲ ।
