ଦ୍ୱିତୀୟ ଦିନିକିଆ : ଟସ୍ ଜିତି ବ୍ୟାଟିଂ କରିବ ଶ୍ରୀଲଙ୍କା, ବୋଲିଂ କରିବ ଭାରତ
କୋଲକାତା: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ । ଗୁରୁବାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ଏହି ମ୍ୟାଚ । ଟପ୍ ତିନି ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ଫର୍ମରେ ଉତ୍ସାହିତ ଭାରତୀୟ ଦଳ ୨-୦ରେ ଅପରାଜେୟ ଅଗ୍ରଣୀ ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ରହିବ ।
ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବି ଟସ୍ ଜିତିଛି ଶ୍ରୀଲଙ୍କା। ପ୍ରଥମ ଦିନିକିଆରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଆଜିର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିବେ ବୋଲି କହିଛନ୍ତି। ଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ୨ୟ ଦିନିକିଆରେ ଭାରତୀୟ ଟିମ୍ରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ସମସ୍ୟା ଲାଗି ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୂଳଦୀପ ଯାଦବ ଟିମ୍ ଏକାଦଶରେ ସାମିଲ ହୋଇଛନ୍ତି । ଶ୍ରୀଲଙ୍କା ଟିମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଇଡେନ ଗାର୍ଡେନ ବ୍ୟାଟରଙ୍କୁ ସୁହାଉଥିବାରୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚ୍ ଭାରତ ଅପେକ୍ଷା ଶ୍ରୀଲଙ୍କା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଦଳ ପ୍ରଥମ ଦିନିକିଆରେ ହାରି ଯାଇଥିଲା। ଆଜି ମ୍ୟାଚ୍ ହାରିଲେ ଭାରତ ଗୋଟିଏ ଦିନିକିଆ ପୂର୍ବରୁ ହିଁ ସିରିଜ କବଜା କରିନେବ। ତେଣୁ ଶ୍ରୀଲଙ୍କା ଆଜିର ମ୍ୟାଚ୍ ଜିତି କମବ୍ୟାକ ମୁଡରେ ରହିଛି। ଶ୍ରୀଲଙ୍କା ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। ଆହତ ଯୋଗୁ ଓପନର ପଥୁନ ନିଶାଙ୍କା ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଆଜି ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଛନ୍ତି ନୁୱାନିନ୍ଦୁ ଫର୍ଣ୍ଣାଣ୍ଡୋ। ସେହିପରି ଦିଲସାନ ମଦୁଶଣକାଙ୍କ ବଦଳରେ ଲାହିରୁ କୁମାରାଙ୍କୁ ସୁଯୋଗ ମିଳିଛି। ସମ୍ଭବତଃ ଶ୍ରୀଲଙ୍କା ପାଇଁ ଆଜି ପର୍ଣ୍ଣାଣ୍ଡୋ ଓ କୁଶଲ ମେଣ୍ଡିସ ଇନିଂସ ଆରମ୍ଭ କରିବେ।
ଅନ୍ୟପକ୍ଷରେ ଟସ୍ ହାରି ଖୁସି ଥିବା କହିଛନ୍ତି ରୋହିତ ଶର୍ମା। ସେ କହିଛନ୍ତି ଯେ ଗତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବାରୁ ଆଜି ମଧ୍ୟ ସେମିତି ଆଶା ଥିଲା। ତେବେ ପିଚ୍ ଭଲ ଥିବାରୁ ଆମେ ଚେଜ୍ କରିବାକୁ ମଧ୍ୟ ଇଚ୍ଛା ରଖିଥିଲୁ। ଏହି ଦ୍ୱନ୍ଦ୍ୱ ଭିତରେ ଟସ୍ ହାରିବା ଗୋଟିଏ ଭଲ କଥା ବୋଲି ସେ କହିଛନ୍ତି। ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ୟୁଜି ଚହଲ ସାମାନ୍ୟ ଫିଟ ନଥିବାରୁ କୁଲଦୀପ ଯାଦବଙ୍କୁ ଆଜି ସୁଯୋଗ ମିଳିଛି। ଏହାର ଅର୍ଥ ଆଜି ବି ସୂର୍ଯ୍ୟ କୁମାର ଯାଦବଙ୍କୁ ସୁଯୋଗ ମିଳିନି। ୪ନଂରେ ପୂର୍ବଭଳି ଶ୍ରେୟସ ଆୟର ବ୍ୟାଟିଂ କରିବେ।
ଗୁଆହାଟିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଜିତିବା ପରେ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଗୁରୁବାର ଖେଳାଯିବାକୁ ଥିବା ୨ୟ ଦିନିକିଆ ଯଦି ଭାରତ ଜିତେ । ତେବେ ସିରିଜ୍ ଉପରେ କବ୍ଜା କରିବ । କିନ୍ତୁ ସେପଟେ ଶ୍ରୀଲଙ୍କା ମଧ୍ୟ ୨ୟ ଦିନିକିଆ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଟାର୍ଗେଟରେ ରହିଛି । ଶ୍ରୀଲଙ୍କା ପାଇଁ ୨ୟ ଦିନିକିଆ କର ବା ମର ପରିସ୍ଥିତି । ତେବେ ଏହି ୨ୟ ଦିନିକିଆରେ ସମସ୍ତଙ୍କ ନଜର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ରହିବ । ବିରାଟ ନିଜର ଶେଷ ଦୁଇ ଦିନିକିଆରେ ଦୁଇଟି ଶତକ ମାରିଛନ୍ତି । ସେପଟେ କୋଲକାତାରେ ଇଡେନ୍ ଗାର୍ଡେନ୍ସ ରୋହିତ ଶର୍ମାଙ୍କ ଫେଭରିଟ୍ ପଡିଆ ମଧ୍ୟରୁ ଏକ । ୨୦୧୪ରେ ରୋହିତ ଶର୍ମା ଏହି ଫିଲ୍ଡରେ ବ୍ୟକ୍ତିଗତ ଭାବେ ୨୬୪ ରନ୍ର ବିଶାଳ ସ୍କୋର କରିଥିଲେ ।
ଭାରତ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମ୍ରାନ ମଲିକ ।
ଶ୍ରୀଲଙ୍କା ଏକାଦଶ : ପଥୁମ ନିଶଙ୍କା, ଅଭିସ୍କା ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଦୁନିଥ ୱେଲାଲେଜ, ଚାମିକା କରୁଣାରତ୍ନେ, କାସୁନ ରଜିଥା, ଲାହିରୁ କୁମାରା ।
