ସିଂହଦ୍ୱାରରୁ ସ୍ୱଗଦ୍ୱାର ଓସାରିକରଣ ପାଇଁ ମାପଚୁପ
ପୁରୀ : ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ବାଲିସାହି ରାସ୍ତା ଓସାରିକରଣ କରାଯିବ । ଏଥିପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସାହିର ମୁଖିଆ ମାନଙ୍କ ସହ ବାରମ୍ବାର ଆଲୋଚନା କରି ୬୦ ପୁଟ ଓସାର ପରିବର୍ତେ ୪୦ ଫୁଟ ଓସାର କରିବା ପାଇଁ ନିଷ୍ପତି ହୋଇଛି । ଆଜି କାକୁଡ଼ି ଖାଇ ଛକ ଠାରୁ ମାପଚୁପ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ରହି ମାପଚୁପ ଅନୁଧ୍ୟାନ କରିଥିଲେ । ଏହି ରାସ୍ତାରେ ଅନେକ ମଠ ଓ ମନ୍ଦିର ଜମି ିରହିଥିବା ଜଣାପଡ଼ିଛି ।
