ଆଜି ପ୍ରଭାବିତ ହେବ ଏସ୍ବିଆଇର ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ସେବା
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ନିଜର ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କର ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ଜୁଲାଇ ୪ ତାରିଖରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ କାମ ପ୍ରଭାବିତ ହେବ । ଗ୍ରାହକମାନେ କିଛି ଘଣ୍ଟା ପାଇଁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବାରୁ ବଂଚିତ ହେବେ । ପ୍ରାୟ ୨ ଘଣ୍ଟା ୨୫ ମିନଟ ଯାଏଁ ଇଣ୍ଟରନେଟ ସେବା ବନ୍ଦ ରହିବ । ଫଳରେ ଗ୍ରାହକମାନେ ୟୋନୋ/ୟୋନୋ ଲାଇଟ/ୟୁପିଆ ସେବା ପାଇପାରିବେ ନାହିଁ ।
ନିଜର ଆକାଉଣ୍ଟରେ ଏସ୍ବିଆଇ ଟୁଇଟ କରି ଏହି ସୂଚନା ଦେଇଛି । ଆମେ ଆମର ପ୍ରିୟ ଗ୍ରାହକଙ୍କୁ ସୂଚନା ପ୍ରଦାନ କରୁଛୁ ଯେ, ଆମେ ଆପଣମାନଙ୍କୁ ଉନ୍ନତ ଧରଣର ବ୍ୟାଙ୍କିଙ୍ଗ ସେବା ଯୋଗାଇବୁ । ସାଇଟ୍ ମରାମତି କାମ ପାଇଁ ଆଜି ଅପରାହ୍ନ ୩ଟା ୨୫ରୁ ସନ୍ଧ୍ୟା ୫ଟା ୫୦ ଯାଏଁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ ବୋଲି ଏସ୍ବିଆଇ କହିଛି । ସୂଚନାଯୋଗ୍ୟ, ଏସ୍ବିଆଇର ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ବିକାଶ କରିଛି । ଦେଶର ବୃହତ୍ତମ ବ୍ୟାଙ୍କର ୨୨ ହଜାରରୁ ଅଧିକ ଶାଖା ରହିଛି । ସେହିଭଳି ୫୭ ହଜାର ୮୮୯ଟି ଏଏଟିଏ ଲୋକଙ୍କର ସେବା ପାଇଁ ବ୍ୟବସ୍ଥା କରାଯାଇଛି ।
