ଶତ୍ରୁଘ୍ନ ସିହ୍ନାଙ୍କ ସହ ପ୍ରଚାର ମଇଦାନରେ ସାମିଲ ହେବେ ଝିଅ ସୋନାକ୍ଷୀ
କୋଲକାତା : ଘୋଷଣା ହୋଇସାରିଛି ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ । ଆସନ୍ତା ଏପ୍ରିଲ ୧୨ରେ ଆସନସୋଲ ଲୋକ ସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନ ପାଇଁ ମତଦାନ ହେବ । ବାଲିଗଞ୍ଜରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଏବଂ ଆସନସୋଲ ଲୋକସଭା ଆସନରୁ ଅଭିନେତା ଶତୃଘ୍ନ ସିହ୍ନା ନିର୍ବାଚନ ଲଢିବେ ।
ତେବେ ଶତ୍ରୁଘ୍ନ ସିହ୍ନାଙ୍କ ସହ ପ୍ରଚାର ମଇଦାନରେ ସାମିଲ ହେବେ ତାଙ୍କ ଝିଅ ତଥା ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବୋଲି ଜଣାପଡିଛି। ସେଥିପାଇଁ ସେ ଆସନସୋଲ ଆସିବେ ବୋଲି ନିଜେ ସୂଚନା ଦେଇଛନ୍ତି । ଆସନ୍ତା ରବିବାର ଶତୃଘ୍ନ ସିହ୍ନା ଆସନସୋଲରେ ପ୍ରଚାର ଆରମ୍ଭ କରିବେ ।
