ହୃଦଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ
ବରଗଡ଼ : ବରଗଡ଼ ଜିଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନ (୫୨)ଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି। ସେ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ମୃତ୍ୟୁ ଯୋଗୁଁ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି।
ସୂଚନା ଯେ, ଶ୍ରୀ ପ୍ରଧାନ ଅସୁସ୍ଥତା ଅନୁଭବ ଅନୁଭବ କରିବାରୁ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ବେଳେ ବାଟରେ ତାଙ୍କର ପରଲୋକ ଘଟିଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ।
