ବ୍ୟାକଲେସରେ ସାରା; ଭାଇରାଲ ହେଉଛି ଫଟୋ
ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତ୍ରୀ ସାରା ଅଲି ଖାନ ଫିଲ୍ମ ପରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ ସକ୍ରିୟ ରହିଥାନ୍ତି । ସେ ନିଜ ପ୍ରଶଂସକଙ୍କ ସହ ସଂଯୁକ୍ତ ରହିବାକୁ ପ୍ରୟାତଃ ସବୁଦିନ ଆକର୍ଷଣୀୟ ପୋଷ୍ଟ ସେୟାର କରୁଥିବାର ନଜର ଆସିଥାନ୍ତି । ନିକଟରେ ସାରା ଅଲି ଖାନ କିଛି ସମାନ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ବ୍ୟାକଲେସ୍ ଫଟୋରେ ନଜର ଆସିଲେ ସାରା। ସାରାଙ୍କ ଏହି ବୋଲ୍ଡ ଅଣ୍ଡଜର ଫଟୋ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି କାରଣରୁ ତାଙ୍କର ଏହି ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ତେବେ ସାରା ଏହି ଫଟୋରେ ଖୁବ୍ ସୁନ୍ଦର ଦେଖାଯାଉଥିବାବେଳେ, ଫଟୋରେ ସେ ସେକ୍ସି ଦେଖାଉଥିବାର ନଜର ଆସିଛନ୍ତି । ଫ୍ୟାନ୍ସମାନେ ସାରାଙ୍କର ଏହି ଫଟୋ ଦେଖି ମତୁଆଲା ହୋଇଛନ୍ତି । ସାରା ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଆପଣ ପ୍ରତିଦିନ ଅମଳ କରୁଥିବା ଫସଲ ଅନୁଯାୟୀ ନୁହେଁ, ବରଂ ଆପଣ ଲଗାଇଥିବା ଫସଲ ମଞ୍ଜି ଅନୁଯାୟୀ ଦେଖନ୍ତୁ’ । ତେବେ ରୋବର୍ଟ ଲୁଇ ଷ୍ଟିଭେନ୍ସନଙ୍କ ଦ୍ୱାରା କୁହାଯାଇଥିବା ଏହି କଥା ଜୀବନ ପାଇଁ ଏକ ବଡ଼ ଶିକ୍ଷା ଅଟେ । ସୂଚନା ଯେ, ସାରା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ‘କେଦାରନାଥ’ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ବରୁଣ ଧାୱନଙ୍କ ସହ ଫିଲ୍ମ ‘କୁଲି ନଂ ୧’ରେ ବି ନଜର ଆସିଛନ୍ତି । ଏହା ପରେ ସାରା ରଣଭୀର ସିଂଙ୍କ ବିପକ୍ଷରେ ସିମ୍ବା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେହିପରି ସାରାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ ‘ଅତରଙ୍ଗୀ’ରେ ଦେଖିବାକୁ ମିଳିବ, ଯେଉଁଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଧନୁଷ ମୁଖ୍ୟ ଭୂମିକାରେ ଅଛନ୍ତି ।
