ଫ୍ୟାଟ୍ରୁ ଫିଟ୍ ହେଲେ ସପନା ଚୌଧୁରୀ
ମୁମ୍ବାଇ : ଲୋକପ୍ରିୟ ହରିୟାଣି ଗାୟିକା ତଥା ନୃତ୍ୟଶିଳ୍ପୀ ସପନା ଚୌଧୁରୀ ବିଗ୍ ବସର ଏକ ଅଂଶ ହେବା ପରଠାରୁ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି। ତେବେ ଏହା ପୂର୍ବରୁ ମଧ୍ୟ ସପନାଙ୍କ ଚର୍ଚ୍ଚା କମ୍ ନଥିଲା। ବିଗ୍ ବସ୍ ଘରୁ ବାହାରିବା ପରେ ସପନାଙ୍କ ଷ୍ଟାଇଲ୍ ଏବଂ ଲୁକରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିଥିଲା। ତାଙ୍କ ଓଜନ ବୃଦ୍ଧି ହେତୁ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଥିଲା। ଏଥିସହିତ ମା ହେବା ପରେ ପ୍ରତ୍ୟେକ ମହିଳାଙ୍କ ପରି ସପନା ମଧ୍ୟ ଓଜନ ଗେନ୍ କରିଥିଲେ। କିନ୍ତୁ ଆଜି ସପନାଙ୍କ ଷ୍ଟାଇଲ୍ ଲୋକଙ୍କୁ ବହୁତ ଇମ୍ପ୍ରେସ୍ କରୁଛି। ପୂର୍ବ ତୁଳନାରେ ସପନା ମଧ୍ୟ ଅନେକ ଓଜନ କମ୍ କରିଛନ୍ତି। ତେବେ ସପନା ତାଙ୍କ ଫିଟନେସ ପାଇଁ କଠିନ ପରିଶ୍ରମ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଧୀରେ ଧୀରେ ସେପ୍ରେ ଆସୁଛନ୍ତି। ଓଜନ ହ୍ରାସ କରିବା ପାଇଁ ସପନା କେବଳ ୱାର୍କ ଆଉଟ୍ କରିନାହାଁନ୍ତି, ବରଂ ସେ ନିଜ ଖାଦ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ କରିଛନ୍ତି। ଏହା ବ୍ୟତୀତ ସପନା ମଧ୍ୟ ଜଣେ ଚମତ୍କାର ନୃତ୍ୟଶିଳ୍ପୀ। ଯାହା ମାଧ୍ୟମରେ ସେ ବହୁତ ଓଜନ ହ୍ରାସ କରିଛନ୍ତି।
ସୂଚନା ଯେ, ଓଜନ ହ୍ରାସ କରିବା ପାଇଁ ସପନା ଥଣ୍ଡା ପାଣି ପିଇବା ବନ୍ଦ କରିଦେଇଛନ୍ତି। ସପନା ଲେମ୍ବୁ ରସ ସହିତ ଉଷୁମ ପାଣିରୁ ଦିନ ଆରମ୍ଭ କରନ୍ତି। ସପନା ହେଭି ବ୍ରେକ୍ଫାଷ୍ଟ ଖାଇବାକୁ ପସନ୍ଦ କରନ୍ତି। ଯେଉଁଥିରେ ସେ ମଲ୍ଟିଗ୍ରେନ୍ ରୁଟି, ଅଣ୍ଡା ଏବଂ ସ୍ପ୍ରାଉଟ୍ ନେଇଥାନ୍ତି। ଅପରାହ୍ନରେ ସପନା ପ୍ରାୟତଃ ପ୍ରୋଟିନ୍ ଯୁକ୍ତ ଜିନିଷ ନେଇଥାଏ। ସବୁଜ ପତ୍ରଯୁକ୍ତ ପନିପରିବା, ପନିର ଏବଂ ରୁଟି ଖାଆନ୍ତି। ରାତିରେ ସପନା ବଏଲ୍ଡ ଚିକେନ୍, ସୁପ୍ ଏବଂ ସାଲାଡ୍ ଖାଆନ୍ତି। ସେ ସବୁବେଳେ ସନ୍ଧ୍ୟା ୭.୩୦ ପୂର୍ବରୁ ରାତ୍ରି ଭୋଜନ କରନ୍ତି। ସପନା ଚା ବଦଳରେ ନଡିଆ ପାଣି ପିଇବାକୁ ପସନ୍ଦ କରନ୍ତି।
