ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆରୁ ଦୂରେଇ ରହିବେ ସାନିଆ ମିର୍ଜା
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ୱକପ୍ ବିଗୁଲ୍ ବାଜି ସାରିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ତାରିଖରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ତେବେ ଏହି ମ୍ୟାଚ ଦିନ ଭାରତର ଟେନିସ ଖେଳାଳି ସାନିଆ ମିର୍ଜା ସୋସିଆଲ ମିଡିଆ ଠାରୁ ଦୂରରେ ରହିବାକୁ ଯୋଜନା କରୁଛନ୍ତି । ଭାରତ ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ଖରାପ ପରିବେଶ ଯୋଗୁଁ ସେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଦୁଇ ବର୍ଷ ପରେ ଭାରତ ଏବଂ ପାକିସ୍ତାନ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଅକ୍ଟୋବର ୨୪ ରେ ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚକୁ ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ତେବେ ମ୍ୟାଚ ପୂର୍ବୂରୁ ଇନଷ୍ଟାଗ୍ରାମରେ ଏକ ରିଲ୍ ସେୟାର କରି ସାନିଆ ମିର୍ଜା ଲେଖିଛନ୍ତି, ‘ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦିନ ମୁଁ ସୋସିଆଲ ମିଡିଆରୁ ଗାଏବ ରହିବି । ସେ ରିଲର କ୍ୟାପସନ୍ କରି ବିଦାୟ ଲେଖିଛନ୍ତି । ସୂଚନା ଥାଉକି, ସାନିଆ ମିର୍ଜା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଛନ୍ତି । ଶୋଏବ ମଲିକଙ୍କୁ ପାକିସ୍ତାନର ଟି -୨୦ ବିଶ୍ୱକପ ଦଳରେ ସାମିଲ କରାଯାଇଛି । ସେ ପାକିସ୍ତାନର ବରିଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ । ସର୍ବଦା ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ କେମିତି ପରିସ୍ଥିତି ଲାଗି ରହୁଛି । ସେଥିପାଇଁ ମ୍ୟାଚ୍ ଦିନ କୌଣସି ଅସୁବିଧା ସୃଷ୍ଟି ନହେଉ ସେନେଇ ସେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
