ବାଲୁକା କଳାରେ ନୂଆବର୍ଷକୁ ସ୍ୱାଗତ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ : ପୁରୀ ବେଳାଭୂମିରେ ବିଶାଳ ବାଲୁକା କଳାରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲିରେ ହାପି ନ୍ୟୁ ଇୟର ୨୦୨୨ ଉଲ୍ଲେଖ କରି ଏକ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ । ଦିଲ୍ଲୀରୁ ଆରମ୍ଭ କରି ବାଂଗାଲୋର, କୋଲକାତାରୁ ଛତିଶଗଡ ଯାଏଁ ଦେଖିବାକୁ ମିଳିଛି କଟକଣା ମଧ୍ୟରେ ନୂଆବର୍ଷ ପାଳନ । ହେଲେ କଟକଣା ଯୋଗୁଁ ଏଥର ଜିରୋ ନାଇଟ୍ ସେଲିବ୍ରେସନ ପାଳି ନାହାଁନ୍ତି ଲୋକେ । ହୋଟେଲ, କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ଉପରେ ଆଗୁଆ କଟକଣା ଲାଗୁ କରିଥିଲେ ସରକାର । ଏହି କାରଣରୁ ଏକପ୍ରକାର ଫିକା ପଡିଛି ନୂଆ ବର୍ଷ ଉତ୍ସବ । ସେହିପରି ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ କାମନା କରି ଏକ ବାଲୁକା କଳା ବି ସେ ତିଆରି କରିଛନ୍ତି । ବାଲୁକା କଳା ମାଧ୍ୟମରେ ନୂଆବର୍ଷକୁ ସ୍ୱାଗତର ସ୍ୱାକ୍ଷର ଦେଖିବାକୁ ପୁରୀ ବେଳାଭୂମିରେ ଭିଡ ଲାଗୁଛି । ସବୁଠି ନୂଆବର୍ଷ ୨୦୨୨ର ସ୍ୱାଗତକୁ ନେଇ ଖୁସି ।
