ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ମାମଲା : ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ
ଝାରସୁଗୁଡା : ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା । ରିଜର୍ଭ ବାଟାଲିଅରେ ବାଥରୁମ ସାମ୍ନାରେ ଥିବା ଦର୍ପଣ ଭାଙ୍ଗି ହାତକୁ କାଟି ଦେଇଛି ଅମିତ । ବେକ କାଟିବାକୁ ଉଦ୍ୟମ ବେଳେ ଉଦ୍ଧାର କଲା ପୋଲିସ । ପରେ ଅମିତକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରି କୋର୍ଟରେ ହାଜର କରାଯାଇଛି ।
ସୂଚନାଯେ, ସମର୍ଥ ଅଗ୍ରୱାଲ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲର ରିମାଣ୍ଡ ଅବଧି ଶେଷ ହେଉଛି । ଏହି ଦୁଇ ଅଭିଯୁକ୍ତଙ୍କୁ ଝାରସୁଗୁଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପରେ ପୋଲିସ ସେମାନଙ୍କୁ ଜେରା କରିବା ସହ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିସାରିଛି । ଅନ୍ୟପଟେ ଏହି ମାମଲାରେ ବୁର୍ଲା ଭିମସାରର ନିଶ୍ଚେତକ ବିଭାଗର ସ୍ଥାୟୀ ଆଟେଣ୍ଡେଣ୍ଟ ଗଣେଶ ନାୟକକୁ ମଧ୍ୟ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବାବେଳେ ଭିମସାର କର୍ତ୍ତୃପକ୍ଷ ତାକୁ ନିଲମ୍ବିତ କରିଛନ୍ତି ।
