ପ୍ରାକ୍ତନ ବିଧାୟକ ଡଃ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା
କଟକ : ସିଏମସି ଅନ୍ତର୍ଗତ ୩୫ନଂ ୱାର୍ଡର ପ୍ରାକ୍ତନ କର୍ପୋରେଟର ତଥା ୱାର୍ଡର ନବ ନିଯୁକ୍ତ ୱାର୍ଡ ସଭାପତି ପବିତ୍ର ଭୂୟାଁ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ୱାଳଙ୍କ ମହାନଦୀ ବିହରସ୍ଥିତ ବାସଭବନରେ ପହଂଚି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ କଟକ ଜିଲ୍ଲା ମହିଳା ସମ୍ପାଦିକା ତଥା ପ୍ରାକ୍ତନ କର୍ପୋରେଟର ଦିପାଳୀବଳା ଭୂୟାଁ, ୩୫ନଂ ୱାର୍ଡର ମହିଳା ସଭାନେତ୍ରୀ ସନ୍ତୋଷୀ ସ୍ୱାଇଁ, ୩୧ନଂ ୱାର୍ଡ ମହିଳା ସଭାନେତ୍ରୀ ଉତମା ବେହେରା, ରଶ୍ମିରେଖା ସାହୁ, ରିିନାରାଣୀ ସାହୁ, ଉର୍ମିଳା ମହାନ୍ତି, ମମତା ବାରିକ, କୁନିଲତା ସାହୁ, ସୁଲୋଚନା ପଲାଇ, ସବିତା ନାୟକ, ମାନସୀ ଦାସ, ଜ୍ୟୋସ୍ନାରାଣୀ ଦାସ, ରଶ୍ମିତା ସାହୁ, ଡଲି ଦାସ, କବିତା ମହାନ୍ତି, ପ୍ରମୋଦ ଦାସ, ଜୟଦ୍ରଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
