୧୪ ବର୍ଷରୁ କମ୍ ଏକକ ଟେନିସ୍ରେ ସାଇ ସ୍ୱସ୍ତିକ ଚମ୍ପିୟାନ
କଟକ : ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ୧୪ ବର୍ଷରୁ କମ୍ ଏକକ ଟେନିସ୍ ଚମ୍ପିୟାନ ସିରିଜ-୭ ପ୍ରତିଯୋଗିତାରେ ସାଇ ସ୍ୱସ୍ତିକ ଚମ୍ପିୟାନ ହୋଇଛନ୍ତି । ସେ ତାଙ୍କର ପ୍ରତିଦ୍ୱନ୍ଦି ଭୁବନେଶ୍ୱରର ଅଙ୍କିତ ସାହୁଙ୍କୁ ସିଧାସଳଖ ୭-୫ ଓ ୬-୧ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ଅନୁଷ୍ଠିତ ମ୍ୟାଚରେ ପଶ୍ଚିମବଙ୍ଗ, ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଓଡିଶାର ଖେଳାଳୀମାନଙ୍କୁ ପରାସ୍ତ କରି ସେ ଫାଇନାଲରେ ପ୍ରବେଶ କରିଥିଲେ । ବିଡାନାସୀର କ୍ଷିତିଶ ମହାନ୍ତି ଓ ଉର୍ମିଳା ମହାନ୍ତିଙ୍କ ୧୨ ବର୍ଷ ବୟସ୍କ ପୁଅ ସାଇ ସ୍ୱସ୍ତିକ ସିଡିଏ ଡିଏଭି ସ୍କୁଲର ୭ମ ଷ୍ଟାଣ୍ଡାର୍ଡ ଛାତ୍ର ଅଟନ୍ତି । ସେ କଟକ ଜିଲ୍ଲା ଟେନିସ୍ ଆସୋସିଏସନର କୋଚ ଲଳିତ ଦାସଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ନେଉଛନ୍ତି । ପୂର୍ବରୁ ସେ ବହୁ ଟେନିସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ଚମ୍ପିୟାନ ହୋଇଛନ୍ତି ।
