ଯୋଗ ଶାରିରୀକ ଓ ମାନସିକ ସୁସ୍ଥତା ଲାଭ କରିବାର ପ୍ରକୃଷ୍ଟ କଳା ଏବଂ ବିଜ୍ଞାନ : ମାନସ ଦତ୍ତ
- ୭ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିଲା ସଦର ବିଜେପି
ବାଲେଶ୍ୱର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରୟାସ କ୍ରମେ ସାରା ବିଶ୍ୱ ଆଜିର ଦିନ ଜୁନ ୨୧ କୁ ଯୋଗ ଦିବସ ରୂପେ ପାଳନ କରୁଛି । ଏହି ଅବସରରେ ଜେଲ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମଧ୍ୟ ୭ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଛି ।
ଶିବିରରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ତତ୍ତ୍ୱାବଧାନ କରି ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି । ଯୋଗ ମାଧ୍ୟମରେ ଶରୀର, ମନ, ମସ୍ତିଷ୍କ ପୂର୍ଣ୍ଣ ରୂପେ କାର୍ଯ୍ୟ କରେ । ବୈଦିକ ଯୁଗର ପରମ୍ପରା ଅନୁସାରେ ଯୋଗ ହିଁ ସମସ୍ତ ରୋଗର ନିବାରକ ହୋଇ ପାରିବ ବୋଲି ବେଦ ତଥା ଉପନିଷଦରେ ବର୍ଣ୍ଣନା ଅଛି । ପୂର୍ବରୁ ଭାରତର ମୁନିଋଷି, ଯୋଗୀ ଓ ତପସ୍ୱୀମାନେ ପ୍ରତିଦିନ ଯୋଗସାଧନା ମାଧ୍ୟମରେ ନିଜର ଦେହ ଓ ମନକୁ ସଂପୂର୍ଣ୍ଣ ସୁସ୍ଥ ରଖିପାରୁଥିଲେ । ଯୋଗ ଦ୍ୱାରା ଶକ୍ତି, ବେଗ ଓ ସ୍ଫୁର୍ତ୍ତି ବୃଦ୍ଧି ହୁଏ । ପ୍ରତିଦିନ କିଛି ସମୟ ଯୋଗ କଲେ ଫିଟ ଓ ଶାନ୍ତ ଅନୁଭବ କରିବେ । ଏହାସହିତ ଏକାଗ୍ରତା ଓ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ । ନିଜ ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଯୋଗ ଏକ ସହଜ ଓ ସରଳ କାର୍ଯ୍ୟ । ଯୋଗ ଶାରିରୀକ ଓ ମାନସିକ ସୁସ୍ଥତା ଲାଭ କରିବାର ପ୍ରକୃଷ୍ଟ କଳା ଏବଂ ବିଜ୍ଞାନ ବୋଲି କହିଥିଲେ । ସେହିପରି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଅଭିଭାଷଣ ମଧ୍ୟ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଶୁଣିଥିଲେ । ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ଉପେନ୍ଦ୍ର ଶତପଥୀ, ମାଧବାନନ୍ଦ ସାହୁ, ଜୀବନ ପାତ୍ର, ଧୀରଜ ମହାନ୍ତି, ମନ୍ମୟ ଦାସ, ପବନ କମିଳା ପ୍ରମୁଖ ଉପସ୍ଥିତ ଥିଲେ ।


