ବାଲେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୋଧରେ ସଦର ବିଜେପି ପକ୍ଷରୁ ବ୍ଲକ ଘେରାଓ
- ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କଲା ବିଜେପି
ବାଲେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ନଥିବା ଏବଂ ଆବଣ୍ଟନରେ ଅନିୟମିତତାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲା ସଦର ବ୍ଲକ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଦର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ସୁଦ୍ଧା ଦେଶର ପ୍ରତ୍ୟେକ ଗରିବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇବାର ସ୍ୱପ୍ନ ଦେଖିଥିବା ବେଳେ ରାଜ୍ୟ ସରକାରଙ୍କ ଜାଣତରେ ଭ୍ରଷ୍ଟାଚାରରେ ବଶବର୍ତ୍ତୀ ହୋଇ ବିଭାଗୀୟ ଅଧିକାରୀ ମାନେ ହିତାଧିକାରୀ ପ୍ରକ୍ରିୟା ଚୟନରେ ଅନିୟମିତତା କରୁଛନ୍ତି । ରାଜ୍ୟ ସରକାର ୨୦୧୯ ମସିହାରେ ଯେଉଁ ଜିଓ ଟ୍ୟାଙ୍ଗି ଓ ଘର ସର୍ବେକ୍ଷଣ କରିଥିଲେ ସେଥିରେ ରାଜନୈତିକ ଉଦ୍ଦେଶ୍ୟ କାରଣରୁ ବହୁ ତ୍ରୁଟି ବିଚ୍ୟୁତି ଥିଲା । ଅନେକ ଅଯୋଗ୍ୟ ହିତାଧିକାରୀ ଶାସକ ଦଳ ସହିତ ରାଜନୈତିକ ସମ୍ପର୍କ ଦୃଷ୍ଟିରୁ ତାଲିକାରେ ସ୍ଥାନ ପାଇଥିଲେ ଏବଂ ବହୁ ଗରୀବ ଓ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଯାଇଥିଲେ । ଗତ ଅକ୍ଟୋବର ୨୦୧୯ରେ ତଥ୍ୟ, ପ୍ରମାଣ ସହ ରାଜ୍ୟ ସରକାରଙ୍କୁ ଏହି ବାବଦରେ ଚାଲେ୍ କରିବା ପରେ, ସରକାର ବାଧ୍ୟ ହୋଇ ଦୁଇ ରାଉଣ୍ଡ୍ ସର୍ଭେ କରାଇଥିଲେ ଓ ପରବର୍ତୀ ସମୟରେ ଫେବୃଆରୀ ମାସରେ ହିତାଧିକାରୀ ତାଲିକା ସାର୍ବଜନୀନ କରି ପୁଣିଥରେ ଆବେଦନ ଓ ଅଭିଯୋଗ ପତ୍ର ଆହ୍ୱାନ କରିବାକୁ ବାଧ୍ୟ ହୋଇଥିଲେ । ରାଜ୍ୟର ସମସ୍ତ ବ୍ଲକ ଅଫିସରେ ଅଭିଯୋଗ ବାକ୍ସରେ ପଡିଥିବା ଆବେଦନ ପତ୍ର ଗୁଡିକ ୨୦୨୦ ଫେବୃଆରୀରୁ ଏପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ସରକାର ଥରେ ଖୋଲି ଦେଖିବା ତଥା ସମୀକ୍ଷା କରିବାକୁ ଉଚିତ୍ ମଣିନାହାଁନ୍ତି । ବରଂ ଯେଉଁ ପୁରୁଣା ତ୍ରୁଟିପୂର୍ଣ୍ଣ ତାଲିକା ଥିଲା, ତାକୁ ନେଇ କାର୍ଯ୍ୟାଦେଶ ଦେବା ପାଇଁ ଷଡଯନ୍ତ୍ର ଆରମ୍ଭ କରିଦେଇଛନ୍ତି । ଏହି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରି, ପୁଣିଥରେ ନିରପେକ୍ଷତାର ସହ ଘର ସର୍ଭେ କରିବାକୁ ଓ ଆହୁତ ଆବେଦନ ପତ୍ରର ଯାଞ୍ଚ କରାଇବା ପାଇଁ ବିଜେପି ନିବେଦନ କରିଛି । ପୂର୍ବରୁ ସମସ୍ତ ବିଷୟକୁ ନେଇ ତଦନ୍ତ କରିବା ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍, ଓଡିଶାର ୫ଟି ଜିଲ୍ଲାର ୯ଟି ବ୍ଲକ୍ରେ ୧୫ଟି ପଞ୍ଚାୟତରେ ତଦନ୍ତ କରିଥିଲେ ଓ ରାଜ୍ୟ ସରକାରଙ୍କର ଅନିୟମିତତା ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ କେନ୍ଦ୍ରସରକାରଙ୍କୁ ଦାଖଲ କରିଛନ୍ତି । ଯେଉଁଥିରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି ବୋଲି ଉଲ୍ଲେଖ ହୋଇଛି । ଏଥିରେ ପାଖାପାଖି ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଘେରାଓ କାର୍ଯ୍ୟକ୍ରମରେ ଜିଲ୍ଲ ସଭାପତି ଉମାକାନ୍ତ ମହାପାତ୍ର, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ଏବଂ ଶୁଭଙ୍କର ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ସୁଜିତ ଦେବ, ମଣ୍ଡଳ ସଭାପତି ବିଜୟ ଦାସ, କାର୍ତ୍ତିକ ରାଉତ, ଅନୀଲ ପାତ୍ର, ତପନ ଗିରି, ସରପଞ୍ଚ ରଶ୍ମିତା ମଣ୍ଡଳ ଏବଂ ସତ୍ୟଭାମା ରାଉତ, ବୈଲୋଚନ ଦାଶ, ଲୋକନାଥ ଭୂୟାଁ, ପ୍ରବୀର ଶଙ୍କର ଦାଶ, ବିକାଶ ପାଢୀ, ବିଭୁପଦ ଦାସ, ପୀତାମ୍ବର ଭୂୟାଁ, ଅନନ୍ତ ନାୟକ, ହରେନ୍ଦ୍ର ପ୍ରଧାନ, ଅନନ୍ତ ମହାପାତ୍ର, ଲକ୍ଷ୍ମୀଧର ଜେନା, ଗୟାଧର ବେହେରା, ସରୋଜ ପରିଡା, ଉମାକାନ୍ତ ପ୍ରଧାନ, ଜଗଦାନନ୍ଦ ବେହେରା, ସଦାଶିବ ଜେନା, ସୁଶାନ୍ତ ବର୍ଦ୍ଧନ, ଦୁକୁଲ ଘୋଡେଇ, ପବନ କମିଳା, ଜଳଧର ପରିଡା, ଭୀମକାନ୍ତ ତରେଇ, ରାଜେନ୍ଦ୍ର ଚାଟାର୍ଜୀ, ସୀବ ମହାନ୍ତି, ସୟ ମଣ୍ଡଳ, କାହ୍ନୁ ପ୍ରଧାନ, ନିରନ ଜେନା, ବିଜୟ ସାହୁ, ଗୋପାଳ ବିଶି, ମଧୁଶ୍ରୀ ମିଶ୍ର, ସସ୍ମିତା ଶୁକ୍ଳା, ମାୟାଧର ପ୍ରଧାନ, ପଞ୍ଚାୟତ ସଭାପତି, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ସହିତ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଶିଷ ଘୋଷ ସଂଯୋଜନା କରିଥିଲେ ବୋଲି ଏକ ଲିଖିତ ବିବୃତିରେ ସଦର ମିଡିଆ ସଂଯୋଜକ ଅରୁପ ଜେନା ଜଣାଇଛନ୍ତି ।


