୧୮ ରେ ତିନି ଦିନିଆ ଶିମଲା ଗସ୍ତରେ ଯିବେ ରାଷ୍ଟ୍ରପତି, ପ୍ରସ୍ତୁତି କାର୍ଯ୍ୟରେ ପ୍ରଶାସନ
ଶିମଲା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୮ ରୁ ୨୦ ଏପ୍ରିଲ ପର୍ଯ୍ୟନ୍ତ ଶିମଲାରେ ରହିବେ । ରାଷ୍ଟ୍ରପତି ଭାବରେ ଏହା ତାଙ୍କର ପ୍ରଥମ ହିମାଚଳ ପ୍ରଦେଶ ଗସ୍ତ ହେବ । ଏହି ଗସ୍ତ ସମୟରେ ସେ ଶିମଲାର ରାଷ୍ଟ୍ରପତି ନିବାସରେ ରହିବେ । ତାଙ୍କ ଆଗମନ ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥିର ହେବା ପରେ ଜନସମ୍ପର୍କ ବିଭାଗ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛି ।
