ଟ୍ରକ ପଛପଟୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭର ମୃତ
ଚଣ୍ଡୀଖୋଲ : ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଟ୍ରକ ପଛପଟୁ ଧକ୍କା ଦେଲା ଟ୍ରକ୍ । ଫଳରେ ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।
ସୂଚନା ଯେ, ଏକ ଟ୍ରକଟି ଯାଜପୁର ଅଭିମୁଖେ ଯାଉଥିବା ସମୟ ରେ ବଡ଼ଚଣା ଓଭର ବ୍ରିଜ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଟି ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ଆଗରେ ଥିବା ଟ୍ରକ ଡ୍ରାଇଭର ଗାଡି ଆଗକୁ ଛିଟିକି ପଡ଼ିଥିଲେ । ଗାଡିର ଚକା ଆଗରେ ପଡି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଅନ୍ୟପଟେ ଯେଉଁ ଟ୍ରକଟି ଧକା ଦେଇଥଲା ସେହି ଟ୍ରକର ଡ୍ରାଇଭର ଗୁରୁତର ହୋଇ ପଡିଛନ୍ତି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଖ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଡ଼ଚଣା ପୋଲିସ ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।
