୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଆଇନଜୀବୀଙ୍କ ପୁଅ ସହ ବସ କଣ୍ଡକ୍ଟର ଗିରଫ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ଥାନା ଅନ୍ତର୍ଗତ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର ବାଟଗ୍ରାମ ପୋଲ ନିକଟରୁ ଭୋଗରାଇ ଥାନା ପୁଲିସ ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ୩୦୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ କରିଛି। ଏଥିସହ ୨ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ସାଙ୍ଗରେ ଥିବା ଏକ ଦାମୀ ବାଇକ ଜବତ କରାଯାଇଛି।
ମିଳିଥିବା ସୂଚନା ମୁତାବକ ବ୍ରାଉନ ସୁଗାର ମାମଲାରେ ଗିରଫ ହୋଇଥିବା ୨ଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଲେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଆଇନଜୀବୀଙ୍କ ପୁଅ ଏବଂ ଅନ୍ୟଜଣେ ବସ କଣ୍ଡକ୍ଟର। ଏଣେ କିଛିଦିନ ତଳେ ବାଲେଶ୍ଵରର ହୋଟେଲ ଲିଓ ସାଇ ଇଣ୍ଟରନାସନାଲର ବିପରୀତ ପାର୍ଶ୍ଵ ଜାତୀୟ ରାଜପଥ-୧୬ ରାସ୍ତାକଡ଼ରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ଟିମ୍ ୧ କେଜି ୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ କଲିମ ନାମକ ଜଣେ ବ୍ରାଉନସୁଗାର ବେପାରିକୁ ଧରିଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା।
