ଗୌହାଟୀର ଜଣେ ଡାକ୍ତରାଣୀଙ୍କ ଠାରୁ ୨୧ଲକ୍ଷ ଲୁଟିଛନ୍ତି ରସିକିଆ ଠକ ଡାକ୍ତର ରମେଶ ସ୍ୱାଇଁ
ଭୁବନେଶ୍ୱର : ଯେତେ ଦିନ ଗଡୁଛି, ରସିକିଆ ଠକ ଡାକ୍ତର ରମେଶ ସ୍ୱାଇଁର ଗୁମର ସେତିକି ଖୋଲିବାରେ ଲାଗିଛି । ନକଲି ରସିକିଆ ଡାକ୍ତରଙ୍କ ବିରୋଧରେ ଆଉ ଏକ ଅଭିଯୋଗ ସାମନାକୁ ଆସିଛି । ଅଭିଯୋଗ ଆଣିଛନ୍ତି ଡାକ୍ତରଙ୍କ ୧୯ ନମ୍ବର ପତ୍ନୀ । ଗୌହଟୀରେ ଫ୍ଲାଟ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମହିଳା । ୨୦୨୧ମେ ରେ କରୋନା କଟକଣା ଭିତରେ ପରିବାର ଭିତରେ ଗୌହାଟୀରେ ମହିଳା ଡାକ୍ତରଙ୍କୁ ବିବାହ କରିଥିଲା ରମେଶ । ବାହାଘରରେ ନକଲି ଡାକ୍ତରଙ୍କ ଭଉଣୀ, ଭିଣୋଇ ଉପସ୍ଥିତ ଥିଲେ ।
ବାହାଘର ପରେ ୫ ଷ୍ଟାର ହୋଟେଲରେ ରହିଥିଲେ ରମେଶ ଓ ତାର ଠକ ସହଯୋଗୀମାନେ । ଏହାପରେ ବିମାନରେ ଭୁବନେଶ୍ୱର ଆସି ଦଡିଏନ ଅକ୍ସି ଆପାର୍ଟମେଣ୍ଟରେ ରହିଥିଲେ ଏହି ଠକ। ରମେଶର ପୂର୍ବ ପ୍ରସ୍ତୁତି ଅନୁସାରେ ସାବତ ମା’ ଭଉଣୀ ପୁରୋହିତ ସେଠାରେ ଉପସ୍ଥିତ ରହି ବୈଦିକ ରୀତିନୀତି ଅନୁସାରେ ପୁଅ-ବୋହୂଙ୍କ ଗୃହ ପ୍ରବେଶ କରାଇଥିଲେ। ଭଉଣୀ ନଣନ୍ଦ ପୁଟୁଳି ବାବଦକୁ ଡାକ୍ତରାଣୀଙ୍କ ଠାରୁ ସୁନା, ମୋବାଇଲ, ଦାମୀ ସାଢ଼ି ମଧ୍ୟ ନେଇଥିଲା । ମହିଳା ଡାକ୍ତରାଣୀଙ୍କ ଲିଖିତ ଅଭିଯୋଗ ପରେ ୧୬୧ ଧାରାରେ ବୟାନ ରେକର୍ଡ କରିଛି ପୋଲିସ। ଏଥିସହିତ ୧୬୪ ଧାରାରେ ଉକ୍ତ ମହିଳା, ଭାଇ ଓ ତାଙ୍କ ବାପାଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ରହିଛି ।
