ମାରଣାସ୍ତ୍ର ଦେଖାଇ ଶିକ୍ଷକଙ୍କ ନିକଟରୁ ଲୁଟ
ସିମୁଳିଆ : ୧୬ନଂ ଜାତୀୟ ରାଜପଥରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବୀରେନ୍ଦ୍ର କୁମାର ଶତପଥି ନାମ ଜଣେ ଶିକ୍ଷକଙ୍କ ନିକଟରୁ ଲୁଟ ହେବା ସମ୍ପର୍କରେ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ଘର କ୍ଷୀରକୋଣାର ରାମପୁର ଅଞ୍ଚଳରେ । ସେ ରାମ୍ପୋ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଟନ୍ତି । ସୂଚନାଯେ ଗତ ବୁଧବାର ସନ୍ଧ୍ୟାରେ ଚରମ୍ପାସ୍ଥିତ ନିଜ ବାସଭବନକୁ ସ୍କୁଟି ଯୋଗେ ଫେରୁଥିବା ବେଳେ ରାଜପଥର ସିମୁଳିଆ କଲେଜ ନିକଟରେ ୪ଜଣ ଦୁବୃତ ତାଙ୍କୁ ଅଟକାଇ ତାଙ୍କ ନିକଟରୁ ୧୦ହଜାର ଟଙ୍କା ସମେତ ସ୍କୁଲ କାଗଜ ପତ୍ର ବ୍ୟାଗ, ଚାବିକାଠି, ମୋବାଇଲ ଇତ୍ୟାଦି ଲୁଟ କରିନେଇଥିଲେ ।
