ମେଟାଲରେ ମାଟି ମିଶାଇ ହେଉଛି ରାସ୍ତା କାମ, ଅଭିଯୋଗ ଆଣିଲେ ଗ୍ରାମବାସୀ
ବାଲିଆପାଳ : ରାସ୍ତା କାମରେ ବ୍ୟାପକ ଅନିୟମିତତା । ମେଟାଲରେ ମାଟି ମିଶାଇ ଢଳାଇ ହୋଇ ରାସ୍ତା କାମ ଥିବା ନେଇ ଅଭିଯୋଗ ହୋଇଛି । ବାଲିଆପାଳ ବ୍ଲକ ବୋଳଙ୍ଗ ଗ୍ରାମ ପଞ୍ଚାୟତର ତେଲୁଣୀ ଗ୍ରାମରେ କଂକ୍ରିଟ୍ ରାସ୍ତା କାର୍ଯ୍ୟ ଚାଲୁ ରହିଛି । ଏହି ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ତେଲୁଣି ଗ୍ରାମର ଗ୍ରାମବାସୀମାନେ ଜିଲା ପ୍ରକଳ୍ପ ନିର୍ଦ୍ଦେଶ ଓ ବାଲିଆପାଳ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ଏପରିକି ରାସ୍ତା କାମରେ ମେଟାଲରେ ମାଟି ମିଶାଇ କାମ ହେଉଥିବା ସମୟରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ôଚ ରାସ୍ତା କାମକୁ ବନ୍ଦ କରିବା ସହିତ ବାଲେଶ୍ୱର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବାଲିଆପାଳ ବିଡ଼ିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।
ବୋଳଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ କାର୍ତ୍ତିକ ମଲ୍ଲିକ ନିମ୍ନ ମାନର କାମ ହେଉଥିବାର ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏ ବିଷୟରେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ରାସ୍ତା କାର୍ଯ୍ୟର ମାନ ଠିକ୍ କରାଯାଇ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି । ତେବେ ରାସ୍ତା କାମ ବିଡ଼ିଓ ଏବଂ ଜେଇ ଆସି ଭଲ କାମ ହେବା ନେଇ ପ୍ରତିଶ୍ରୁତି ଦେଲେ କାର୍ଯ୍ୟ ଚାଲିବ, ନଚେତ୍ କାର୍ଯ୍ୟ କରାଇଦେବୁ ନାହିଁ ବୋଲି ଗ୍ରାମର ଦିବାକର ନାୟକ, ପଦ୍ମଲୋଚନ ଦଳାଇ, ଉମାକାନ୍ତ ନାୟକ, ରାଧାଶ୍ୟାମ ନାୟକ, ଲମ୍ବୋଦର ଦଳାଇ, କାଳିଚରଣ ଦଳାଇ, ରବୀନ୍ଦ୍ର ନାଥ ଦାସ, ସୁଧାକର ନାୟକ, ହରେକୃଷ୍ଣ ଦଳାଇ ପ୍ରମୁଖ ବହୁ ଗ୍ରାମବାସୀ ପ୍ରକାଶ କରିଛନ୍ତି ।
