ଛତିଶଗଡ଼ କବର୍ଦ୍ଧାରେ ସଡ଼କ ଦୁର୍ଘଟଣା, ୪ ଜଣଙ୍କର ମୃତ୍ୟୁ
ଋାୟପୁର : ଛତିଶଗଡ଼ର କବୀରଧାମ ଜିଲ୍ଲାରେ କବର୍ଦ୍ଧାରେ ଶୁକ୍ରବାର ପାଖାପାଖି ୩ ଟା ସମରେ ଏକ ମାରୁତି ଇକୋ କାର ନିୟନ୍ତ୍ରଣ ହରାଇ ପଲଟିଯାଇ ୫୦ ଫୁଟ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି । ଏମାନେ ସମସ୍ତେ ବେମେତରାର ବାସିନ୍ଦା । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ଏହି ଦୁର୍ଘଟଣା କବର୍ଦ୍ଧାର କୁକଦୂର ଥାନା ଅନ୍ତର୍ଗତ ଚିଲଫି ଘାଟି ନିକଟ ପୋଲମୀ ଗ୍ରାମ ପାଖ ଅଗରପାଣି ଘାଟିରେ ଘଟିଛି । ଏହି ଖବର ପୋଲିସ ସୂତ୍ରର ସୂଚନା ମିଳିଛି ।
