ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବିୟୋଗ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ତଥା ପୈାର ପରିଷଦ ଅନ୍ତର୍ଗତ ଫକିରାବାଦର ସେକ ଇମ୍ରାନଙ୍କର ୮୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭିର ଶୋକ ପ୍ରକାଶ ପାଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ ସେ ଶଯ୍ୟାଶାୟୀ ଥିଲେ । ଜନଜା ପାଠ ପରେ ତାଙ୍କୁ ମେହେମୁଦାବାଦରେ କବର ଦିଆଯାଇଛି ।
