ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ
- ବିନା ପରୀକ୍ଷାରେ ପାସ୍ ହାର ୯୯%
- ଓ୍ବେବସାଇଟ୍ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ : ଚଳିତବର୍ଷର ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପୂର୍ବ ଘୋଷଣା ମୁତାବକ ଦିନ ୩ଟାରେ ରେଜଲ୍ଟ ପ୍ରକାଶ ପାଇଛି। କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ୍ ହାର ୯୯%ରୁ ଅଧିକ ରହିଛି। ୧୦ମ ଶ୍ରେଣୀର ପାସ୍ ହାର ୯୯.୯୮% ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ୯୯.୭୬% ପାସ୍ ହାର ରହିଛି। ଆଇସିଏସ୍ଇ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ହାର ରହିଛି ୯୯.୯୮ ପ୍ରତିଶତ । ଛାତ୍ରଛାତ୍ରୀ results.cisce.org ୱେବସାଇଟରେ ନିଜ ଫଳାଫଳ ଦେଖିପାରିବେ।
ସୂଚନା ଯେ, ମହାମାରୀ କରୋନା ପାଇଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ହୋଇନାହିଁ। ଇଣ୍ଟରନାଲ ପରୀକ୍ଷା ନମ୍ବର ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିଆଯାଇଛି। ଆଇସିଏସ୍ଇ ୨୦୨୧ ପାଇଁ ମୋଟ ୧,୧୮,୮୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ମୋଟ ୧,୧୮,୮୧୯ (୯୯.୯୮%) ଛାତ୍ରଛାତ୍ରୀ ପାସ କରିଛନ୍ତି । CISCE ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଓ୍ବେବସାଇଟ୍ ଜରିଆରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଏହା ସହିତ SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଦେଖିପାରିବେ ।
