ଅପରେସନ ରାହୁଲ : ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ସେନା
ଚାମ୍ପା : ରାହୁଲକୁ ତୁରନ୍ତ ଉଦ୍ଧାର କରିବା ପାଇଁ ଚାମ୍ପାରେ ପହଞ୍ଚିଲା ଭାରତୀୟ ସେନା । ୧୦୦ ଘଣ୍ଟାର ନନଷ୍ଟପ ଅପରସେନ ପରେ ମଧ୍ୟ ରାହୁଲ ଉଦ୍ଧାର ହୋଇପାରିନାହିଁ । ଏନଡିଆରଏଫ ସହ ଅନ୍ୟ ଟିମ ଉଦ୍ଧାର କାମରେ ଲାଗିଥିବା ବେଳେ ସେନାର ସହଯୋଗ ଲୋଡା ଯାଇଥିଲା । ତେବେ କିଛି ସମୟ ପୂର୍ବରୁ ଘଟଣାସ୍ଥଳରେ ଭାରତୀୟ ସେନାର ଏକ ଟିମ ପହଞ୍ଚି ଅପରେସନରେ ସାମିଲ ହୋଇଛି ।
ସୂଚନା ଥାଉ କି ଜାଞ୍ଜଗିରି-ଚାମ୍ପାରେ ଏକ ବୋରୱେଲ ଭିତରେ ପାଖାପାଖି ୧୦୦ ଘଣ୍ଟା ହେଲା ଫସିରହିଛି ୧୦ ବର୍ଷୀୟ ରାହୁଲ। ଗତ ୪ ଦିନ ଧରି ରାହୁଲ ସେଠାରେ ଫସିରହିଥିବା ବେଳେ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଦିନ ରାତି ଉଦ୍ଧାରକାରୀ ଦଳ ସେଠାରେ ପ୍ରୟାସ ଜାରିରଖିଛନ୍ତି । ତେବେ ଆଉ ଅଳ୍ପ ସମୟ ମଧ୍ୟରେ ରାହୁଲକୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳି ଛିା
