କୁନି ବୈଜ୍ଞାନିକଙ୍କୁ ମହେଶ କର ସ୍ମୃତି ସମ୍ମାନ
କେନ୍ଦ୍ରାପଡ଼ା : ଜିଲ୍ଲା ବୋଇତ ବନ୍ଦାଣ ସମିତି, କେନ୍ଦ୍ରାପଡା ପକ୍ଷରୁ ଇସ୍ରୋ ଦ୍ୱାରା ମନୋନ୍ୱିତ ହୋଇଥିବା କୁନି ବୈଜ୍ଞାନିକ ସ୍ୱସ୍ତିପ୍ରଜ୍ଞା ରଥଙ୍କୁ ମହେଶ କର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ସଂସଦ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ପ୍ରଦିପ କୁମାର ମହାନ୍ତି, ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ଯୋଗାଯୋଗ ସମ୍ପାଦକ ଚିତ୍ତରଞ୍ଜନ ଦାସ ଓ ଦାନପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଉମେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ତାଙ୍କ କେଶରପୁରସ୍ଥିତ ବାସଭବନରେ ପହଞ୍ଚି ଆମ ଜିଲ୍ଲା ପାଇଁ ସୁନାମ ଆଣିଥିବା ତଥା ଆମକୁ ଗୈାରବାନ୍ୱିତ କରିଥିବା ସୁଶ୍ରୀ ରଥଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରତ୍ତୋର ଉନ୍ନତି ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
