ବିରଳ ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକର ଅମେଇପାଳ ପଞ୍ଚାୟତର ସାମଯୋରୀ ନିକଟ ପାଇକା ନଦୀରୁ ବିରଳ ପ୍ରଜାତିର ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର କରାଯାଇଛି । କୁମ୍ଭୀର ଛୁଆଟିକୁ ସୁରକ୍ଷିତ ସ୍ଥାନରେ ଛଡାଯିବା ନେଇ ବନବିଭାଗ ପକ୍ଷରୁ ଜଣାପଡିଛି।
ସୂଚନା ଯେ, ଶନିବାର ସନ୍ଧ୍ୟାରେ ସାମଯୋରି ଗାଁ ସିଟୁ ମହାନ୍ତି ପାଇକା ନଦୀରେ ମାଛ ଧରୁଥିଲେ । ତାଙ୍କ ଭଉଁରୀ ଜାଲରେ ଏ କୁମ୍ଭୀର ଛୁଆ। ଏହାକୁ ସ୍ଥାନିୟ ଲୋକେ ସୁରକ୍ଷିତ ଭାବେ ଉଦ୍ଧାର କରି ଜମ୍ବୁ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ରବିବାର ସାମଯୋରି ଗ୍ରାମକୁ ଯାଇ କୁମ୍ଭୀର ଛୁଆକୁ ଉଦ୍ଧାର କରିଛି । କୁମ୍ଭୀର ଛୁଆର ସ୍ବାସ୍ଥ୍ୟ ପରୀକ୍ଷା କରି ସୁରକ୍ଷିତ ସ୍ଥାନରେ ଛଡା ଯିବ ବୋଲି କହିଛି ବନ ବିଭାଗ।
