ଜଗନ୍ନାଥଙ୍କ ଆଖି ଥିବା ବିରଳ କଇଁଛ ଉଦ୍ଧାର
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକର ଜୟକୁଣ୍ଡା ଅଞ୍ଚଳରୁ ଏକ ବିରଳ କଇଁଛ ଉଦ୍ଧାର । ଉକ୍ତ କଇଁଛର ପିଠିରେ ଜଗନ୍ନାଥଙ୍କ ଆଖି ଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଥିବାର ଦେଖିବାକୁ ମିଳିଛି ।
ସୂଚନା ଯେ, ମଙ୍ଗଳବାର ରାତିରେ ଜୟକୁଣ୍ଡା ଗାଁର କୈଳାଶ ବାରିକ ଗାଁ ପାଖ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଜାଲରେ ଏକ ବିରଳ କଇଁଛ ପଡିଥିଲା। କଇଁଛର ଉପର ଭାଗରେ ପ୍ରଭୁ ଜଗନ୍ନାଥଙ୍କ ଚାରୋଟି ଆଖି ଚିତ୍ରିତ ହୋଇଛି। ଏହି ବିରଳ କଇଁଛ ପିଠିରେ ଜଗନ୍ନାଥଙ୍କ ଆଖି ଭଳି ଚିହ୍ନ ଥିବାରୁ ତାକୁ ଦେଖିବା ପାଇଁ ଗାଁରେ ଭିଡ଼ ଲାଗିରହିଛି ।
