ସାରା ରାଜ୍ୟରେ ଧୁମଧାମରେ ପାଳନ ହେବ ସାଧାରଣତନ୍ତ୍ର ଦିବସ, ୨୦ଟି ସ୍ଥାନରେ ପତାକା ଉତୋଳନ କରିବେ ମନ୍ତ୍ରୀ
ଭୁୁବନେଶ୍ୱର : ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଇଁ ସାରା ରାଜ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଛି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ସାଧାରଣ ତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି । ରାଜ୍ୟରେ ରାଜ୍ୟରେ ୨୦ଟି ସ୍ଥାନରେ ମନ୍ତ୍ରୀ ମାନେ ପତାକା ଉତୋଳନ କରୁଥିବା ବେଳେ ବଳକା ସ୍ଥାନ ମାନଙ୍କରେ ଆରଡିସି ଓ ଜିଲ୍ଲାପାଳ ମାନେ ପତାକା ଉତୋଳନ କରିବେ ।
ମିଳିଥିବା ସୂଚନା ଅନୁସାରେ ଅନୁସୂଚିତ ଜାତି- ଜନଜାତି କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତି ଜିଲ୍ଲାରେ ପତାକା ଉତୋଳନ କରିବେ । ସେହିପରି ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ କଟକ ଜିଲ୍ଲାରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଂଜାମ ଜିଲ୍ଲାରେ, ପଂଚାୟତିରାଜ, ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୁବର୍ଣପୁରରେ ପତାକା ଉତୋଳନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ଜଗତସିଂହପୁର ଜିଲ୍ଲାରେ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କେନ୍ଦୁଝର ଜିଲ୍ଲାରେ, ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପୁରୀ ଜିଲ୍ଲାରେ,ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଢେଙ୍କାନାଳ ଜିଲ୍ଲାରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କଳାହାଣ୍ଡି ଜିଲ୍ଲାରେ ପତାକା ଉତୋଳନ କରିବେ ।
ସେହିପରି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ମାଲକାନଗିରି ଜିଲ୍ଲାରେ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ମୟୁରଭଂଜ ଜିଲ୍ଲାରେ , ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବାଲେଶ୍ୱର ଜିଲ୍ଲାରେ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ସୁନ୍ଦରଗଡ ଜିଲ୍ଲାରେ ପତାକା ଉତୋଳନ କରିବେ । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କନ୍ଧମାଳ ଜିଲ୍ଲାରେ, ସୂଚନା ପ୍ରଯୁକ୍ତି ଓ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କୋରାପୁଟ ଜିଲ୍ଲାରେ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ ବଲାଙ୍ଗିର ଜିଲ୍ଲାରେ, ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ସମ୍ବଲପୁର ଜିଲ୍ଲାରେ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଦେବଗଡ ଜିଲ୍ଲାରେ ପତାକା ଉତୋଳନ କରିବେ ।
ସେହିପରି ଦକ୍ଷିଣାଂଚଳ ଆରଡିସି ବ୍ରହ୍ମପୁର ଠାରେ, ଉତରାଂଚଳ ଆରଡିସି ରାଉରକେଲା ଠାରେ ପତାକା ଉତୋଳନ କରିବେ । ଅନୁଗୁଳ, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, ଖୋର୍ଧା, ନୂଆପଡା, ନବରଂଗପୁର, ନୟାଗଡ ଓ ରାୟଗଡା ଜିଲ୍ଲାରେ ଜିଲ୍ଲାପାଳ ମାନେ ପତାକା ଉତୋଳନ କରିବେ ବୋଲି ସୂଚନା ଦିଆ ଯାଇଛି ।
