ରେପୋରେଟ ଓ ରିଭର୍ସ ରେପୋରେଟ ଅପରିବର୍ତ୍ତିତ
- ରେପୋ ରେଟ୍ ୪%ରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍
ନୂଆଦିଲ୍ଲୀ : ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଦ୍ୱିମାସିକ ‘ମନିଟାରି ପଲିସି କମିଟି’ (ଏମପିସି) ରେ ପ୍ରମୁଖ ‘ପଲିସି ରେଟ୍’ ଅପରିବର୍ତ୍ତିତ ରଖିଛି। ଏମପିସିର ଫଳାଫଳ ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, ରେପୋ ରେଟ୍ ୪%ରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆବଶ୍ୟକ ବେଳେ ବାଣିଜ୍ୟିକ ବ୍ୟାଙ୍କ୍ଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପାଣ୍ଠି ଉଧାର ଦିଏ। ମୁଦ୍ରସ୍ଫିତି ନିୟନ୍ତ୍ରଣ କରିବା ଲାଗି ଏହା ହେଉଛି ରିଜର୍ଭ ବ୍ୟାଙ୍କର ଏକ ଜାତୀୟ ଉପକରଣ। ସେହିପରି, ରିଭର୍ସ ରେପୋ ରେଟ୍ରେ ରିଜର୍ଭ ବ୍ୟାଙ୍କ୍ ବ୍ୟାଙ୍କ୍ଗୁଡ଼ିକରୁ ଉଧାର ଆଣେ।
The projection for real GDP growth is retained at 9.5% for FY 2021-22. This consists of 7.9% in Q2, 6.8% in Q3 and 6.1% in Q4 of 2021-22. Real GDP growth for Q1 of FY 2022-23 is projected at 17.2%: RBI Governor pic.twitter.com/VkcXMcKc4T
— ANI (@ANI) October 8, 2021
ସେ କହିଛନ୍ତି ଏବେ କରୋନା ପରିସ୍ଥିତି ସୁଧୁରି ନାହିଁ । ମୁଦ୍ରାନୀତି ସମିତି ବୈଠକର ଆଶାୟୀଙ୍କ ଅନୁସାରେ ଅର୍ଥନୀତି ଆଗକୁ ବଢ଼ୁଛି । କୋଭିଡ ଟିକାକରଣ ଯୋଗୁ ଅର୍ଥନୀତିରେ ସୁଧାର ଆସୁଛି । ଏମପିସିର ଲଗାତାର ତିନିଦିନର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଆରବିଆଇରେ ରେପୋ ରେଟ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ । ଛଅ ଜଣିଆ ଏମପିସି ଅକ୍ଟୋବର ୬ ତାରିଖ ଦିନ ଆରମ୍ଭ ହୋଇ ଆଜି ସରିଛି । ଆର ବି ଆରବିଆଇ ବର୍ଦ୍ଧିତ ଦରଦାମ କୁ କମ କରିବା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଧାରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି। ସୂଚନା ଯେ, ଏମପିସିର ବିଗତ ୭ଟି ସମୀକ୍ଷା ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲା। ଗତ ବୁଧବାର ଦିନ ଆରମ୍ଭ ହୋଇଥିବା ୩ ଦିନିଆ ‘ମନିଟାରି ପଲିସି କମିଟି’ର ୮ମ ବୈଠକରେ ମଧ୍ୟ ପ୍ରମୁଖ ରେଟ୍ଗୁଡ଼ିକରେ ପରିବର୍ତ୍ତନ କରାଯାଇନାହିଁ। ଏହାର ଅଧ୍ୟକ୍ଷତା କରିଥିଲେ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ। ସୁଧ ହାର ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟବିଶିଷ୍ଟ ‘ଏମ୍ପିସି’ ସର୍ବସମ୍ମତିକ୍ରମେ ମତ ଦେଇଥିଲେ। ଦେଶର ଅଭିବୃଦ୍ଧିକୁ ଆବଶ୍ୟକ ଯାଏଁ ସମର୍ଥନ ଯୋଗାଇ ଦେବା ଓ ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ଲାଗି ଏହା ଆବଶ୍ୟକ ବୋଲି ‘ଏମ୍ପିସି’ କହିଛି। ଗୃହ ଏବଂ ଗାଡ଼ି ଋଣକର୍ତ୍ତାମାନଙ୍କ ପାଇଁ ଏବେ ପ୍ରଚଳିତ ଥିବା ‘ଇଏମ୍ଆଇ’ ପୂର୍ବ ପରି କାଏମ ରହିବ ବୋଲି ‘ମନିଟାରି ପଲିସି କମିଟି’ ଘୋଷଣା କରିଥିବା ଫଳାଫଳରୁ ଜଣାପଡ଼ିଛି।
