ପ୍ରଖ୍ୟାତ ଚିତ୍ରକାର ଏବଂ ଅସମିୟା ଫିଲ୍ମ ନିର୍ଦ୍ଦେଶକ ପୁଲକ ଗୋଗୋଇଙ୍କ ପରଲୋକ
ଗ୍ୱୋହାଟୀ : ପ୍ରଖ୍ୟାତ ଚିତ୍ରକାର ଏବଂ ଅସମିୟା ଫିଲ୍ମ ନିର୍ଦ୍ଦେଶକ ପୁଲକ ଗୋଗୋଇ(୮୪)ଙ୍କ ଶନିବାର ଦିନ ଏଠାରେ ପରଲୋକ ହୋଇଛି । ସେ ସକାଳ ସାଢ଼େ ଆଠଟାରେ ଗ୍ୱୋହାଟୀର ଜୁ-ରୋଡ଼ ନାରଙ୍ଗୀ ସ୍ଥିତ ନିଜ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେଠାରେ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ପୁରା ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି ।
ପୁଲକ ଗୋଗୋଇଙ୍କ ଜନ୍ମ ୧୯୩୮ରେ ଜୋରହାଟରେ ହୋଇଥିଲା । ସେ ନିଜ ଜୀବନକାଳ ମଧ୍ୟ କେତେକ ଫିଲ୍ମ ବନାଇଥିଲେ । ସେ ଖୋଜ, ଶ୍ରୀମତୀ ମହିମାମୟୀ, ରେଳ ଆଲୀର ଦୁବରୀ ବନ, ସୁରୁଜ, ମମତାଜ, ସଦରୀ, ସେନ୍ଦୁର, ମରମର ନଦୀର ଗାଭରୁ ଘାଟ ଆଦି ଯେପରି ଫିଲ୍ମର ନିର୍ଦ୍ଦେଶନ ଦେଇଥିଲେ ।
