ହଟିଲା କଟକଣା, ଏଣିକି ରବିବାର ଖୋଲା ରହିବ ଶ୍ରୀମନ୍ଦିର
ପୁରୀ : ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀମନ୍ଦିର । କୋଭିଡ୍ ଯୋଗୁ ସାନିଟାଇଜ୍ କରିବା ପାଇଁ ଗତ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ରବିବାର ଦର୍ଶନ ବନ୍ଦ ରହିଥିଲା । ତେବେ ଏହି କଟକଣାକୁ ଆଜି ହଟାଇ ଦିଆଯାଇଛି । ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆସନ୍ତା ରବିବାର ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖରୁ ପ୍ରତ୍ୟେକ ରବିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ସେହିପରି ମଙ୍ଗଳ ଆଳତି ଓ ବଡ଼ ସିଂହାର ସମୟରେ ଦର୍ଶନ ଉପରେ ଲାଗିଥିବା କଟକଣାକୁ ମଧ୍ୟ ଉଠାଇ ଦିଆଯାଇଛି । ଦ୍ୱାରଫିଟା ଠାରୁ ପହଡ଼ ନୀତି ପର୍ଯ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଏହା ସହିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ପାନୀୟ ଜଳ ଓ ଅନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ମଧ୍ୟ ନିଷ୍ପତି ହୋଇଛି ।
କରୋନା କଟକଣା ଯୋଗୁ ଶ୍ରୀ ମନ୍ଦିର ସାନିଟାଇଜ କରିବା ପାଇଁ ଗତ ଦୁଇ ବର୍ଷ ଧରି ଶ୍ରୀ ମନ୍ଦିରରେ ରବିବାର ଦର୍ଶନ ବନ୍ଦ ରହିଥିଲା । ଏବେ ଶ୍ରୀ ମନ୍ଦିର ପ୍ରଶାସନ କରୋନା କଟକଣାକୁ କୋହଳ କରିଛି । ଆସନ୍ତା ରବିବାର ଅର୍ଥାତ ୨୦ ତାରିଖରୁ ପ୍ରତ୍ୟକ ରବିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଶନିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସେହିପରି ମଙ୍ଗଳ ଆଳତୀ ଓ ବଡ଼ ସିଂହାର ସମୟରେ ଦର୍ଶନ ଉପରେ ଥିବା କଟକଣାକୁ ମଧ୍ୟ ଉଠାଇ ଦିଆଯାଇଛି । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରବଳ ଖରାରୁ ଭକ୍ତଙ୍କ ସୁରକ୍ଷା ପାଇଁ ପାନୀୟ ଜଳ ଓ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ବୈଠକରେ ଆସନ୍ତା ଦୋଳ ପୁର୍ଣ୍ଣିମା ନୀତି ନିର୍ଘଂଟକୁ ମଧ୍ୟ ଅନୁମୋଦନ କରାଯାଇଛି । ଅନ୍ୟପକ୍ଷରେ ଶ୍ରୀ ମନ୍ଦିର ସୁରକ୍ଷା କରିଡର ନିର୍ମାଣ ବ୍ୟବସ୍ଥାକୁ ମଧ୍ୟ ଛତିଶା ନିଯୋଗ ବୈଠକରେ ସେବାୟତମାନେ ସହଯୋଗ କରିବେ ବୋଲି ମତ ଦେଇଛନ୍ତି । ଏହି ପ୍ରକଳ୍ପକୁ ନେଇ ବିଭ୍ରାନ୍ତ ନକରିବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି ।
ସୂଚନା ଯେ, ମହାମାରୀ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରରେ ରବିବାର ଦିନ ଜଗା ଦର୍ଶନ ବନ୍ଦ ଥିଲା । ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଛତିଶା ନିଯୋଗ ବୈଠକରେ ରବିବାର ଦିନ ମଧ୍ୟ ଜଗାଦର୍ଶନକୁ ଅନୁମତି ଦେବାକୁ ଛତିଶାନିଯୋଗ ବୈଠକରେ ନିଷ୍ପତି ହୋଇଛି । ରବିବାର ଦିନ ପୁରୀରେ ଅଧିକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଥାଏ । କିନ୍ତୁ କଟକଣା ଥିବାରୁ ଶ୍ରଦ୍ଧାଳୁମାନେ ଜଗା ଦର୍ଶନରୁ ବଞ୍ôଚତ ହେଉଥିଲେ ।
