ଦିଲ୍ଲୀରେ ରେକର୍ଡ ବର୍ଷା; ବିମାନବନ୍ଦରରେ ପଶିଲା ପାଣି
ନୂଆଦିଲ୍ଲୀ : ଦିଲ୍ଲୀରେ ୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ଶନିବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ହୋଇଥିବା ବର୍ଷା ପ୍ରଭାବ କେବଳ ରାସ୍ତାଘାଟରେ ନୁହେଁ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରର ଏଭଳି ଫଟୋ ସାମ୍ନାକୁ ଆସିଛି। ବର୍ଷାର ପରିମାଣ ଅଧିକ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଗୋଳିଆ ପାଣି ପଶିଯାଇଥିଲା, ଯାହାର କିଛି ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସିଛି। ଦିଲ୍ଲୀ ବିମାନବନ୍ଦର ଭିତରେ ଗୋଳିଆ ପାଣି ପଶିବା ଦେଖି ବର୍ଷା କେତେ ପରିମାଣରେ ହୋଇଥିବ, ତାହାର ଅନୁମାନ କରାଯାଇପାରୁଛି। ତେବେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ବର୍ତ୍ତମାନ ପାଣି ନିଷ୍କାସିତ ହୋଇଛି ଏବଂ ଏବେ ବିମାନବନ୍ଦରରେ ଆଉ ପାଣି ନାହିଁ। ଏନେଇ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଏକ ଟୁଇଟ୍ରେ କୁହାଯାଇଛି ଯେ, “ହଠାତ୍ ପ୍ରବଳ ବର୍ଷା ହେତୁ ଅଳ୍ପ ସମୟ ପାଇଁ ଦିଲ୍ଲୀ ବିମାନବନ୍ଦର ଭିତରେ ପାଣି ଜମି ରହିଥିଲା। ଆମ ଟିମ ତୁରନ୍ତ ପାଣିକୁ ନିଷ୍କାସିତ କରିଛନ୍ତି।
#WATCH : Waterlogged @DelhiAirport ? pic.twitter.com/ioBvKoTz9Y
— Ashoke Raj (@Ashoke_Raj) September 11, 2021
ସୂଚନା ଯେ, ମୌସୁମୀ ବାୟୁ ପ୍ରବାହଜନିତ ବର୍ଷକାଳ ଶେଷ ହୋଇ ନ ଥିଲେ ମଧ୍ୟ ଆଜି ଦିଲ୍ଲୀରେ ହୋଇଥିବା ବୃଷ୍ଟିପାତ ୧୯୭୫ ମସିହା ପରଠାରୁ ଏଯାବତ୍ ରେକର୍ଡ କରାଯାଇଥିବା ବୃଷ୍ଟିପାତ ଠାରୁ ସର୍ବାଧିକ ବୋଲି ଜଣାପଡ଼ିଛି। ୧୯୭୫ ମସିହାରେ ଦିଲ୍ଲୀରେ ୧,୧୫୦ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ସେହିପରି, ୨୦୧୦ରେ ମଧ୍ୟ ଦିଲ୍ଲୀରେ ୧୦୦୦ ମିଲିମିଟର୍ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଥିଲା।
