୧୦ ଆକାଂକ୍ଷା ଜିଲାର ପ୍ରଭାରୀ ଦାୟିତ୍ୱ ପାଇଁ ୧୦ଜଣ ସଚିବଙ୍କୁ ପୁନଃ ନିଯୁକ୍ତି
ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ୧୦ ଆକାଂକ୍ଷା ଜିଲାର ପ୍ରଭାରୀ ଦାୟିତ୍ୱ ପାଇଁ ୧୦ଜଣ ସଚିବଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମଏସଏମଇ ସଚିବ ସତ୍ୟବ୍ରତ ସାହୁ (କଳାହାଣ୍ଡି), ଶକ୍ତିସଚିବ ନିକୁଞ୍ଜ ବିହାରୀ ଧଳ ( ବଲାଙ୍ଗୀର) ପଞ୍ଜାଞ୍ଚୟତିରାଜ ସଚିବ ଅଶୋକ କୁମାର ମୀନା (କନ୍ଧମାଳ), ଅନୁସୂଚିତ ଜାତି ଓ ଜନଜାତି ସଚିବ ରଂଜନା ଚୋପ୍ରା (ଢେଙ୍କାନାଳ), ରାଜସ୍ୱ ଓ ବିପର୍ଯ୍ୟୟ ସଚିବ ବିଷ୍ଣୁପ୍ରଦ ସେଠୀ (କୋରାପୁଟ, ଜଳସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠ(ରାୟଗଡ଼ା), ହସ୍ତତନ୍ତ ଓ ବୟନଶିଳ୍ପ ସଚିବ ଶୁଭା ଶର୍ମା(ଗଜପତି), ମହିଳା ଓ ଣିଣଚ ବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ (ନବରଙ୍ଗପୁର), ପର୍ଯ୍ୟଟନ ସଚିବ ସଚିନ ରାମଚନ୍ଦ୍ର ଯାଦବ (ନୂଆଡ଼ା), ମତ୍ସ୍ୟ ଓ ପଶୁସମ୍ପଦ ସଚିବ ଆର. ରଘୁପ୍ରସାଦ( ମାଲକାନଗିରି) । ଏହି ସଚିବମାନେ ୫ଟି କ୍ଷେତ୍ର ଶିକ୍ଷା, କୃଷି ଓ ଜଳସ୍ପଦ, ଆର୍ଥିକ ଗତିବିଧି, ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମିର ୪୯ଟି ପ୍ରମୁଖ ପ୍ରଦର୍ଶନ ଉପରେ ଆକ୍ସନ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟସ୍ତରୀୟ କମିଟି ନିକଟରେ ଉପସ୍ଥାପନ କରିବେ ।
