ମୁମ୍ବାଇର ବିଜୟ ପରେ ଖୁସିରେ ନାଚିଲେ ଆରସିବି ଖେଳାଳି
ମୁମ୍ବାଇ : ଶେଷ ଲିଗ୍ ମ୍ୟାଚ୍କୁ ଜିତି ସାନ୍ତ୍ବନାମୂଳକ ବିଜୟ ସହ ଚଳିତବର୍ଷର ଅଭିଯାନ ଶେଷ କରିଛି ଆଇପିଏଲ୍ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ବିଜୟ କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଳେ ଅଫ୍ ପ୍ରବେଶ ପଥକୁ ବନ୍ଦ କରି ଦେଇଛି। ଶନିବାର ମୁମ୍ବାଇ ଦିଲ୍ଲୀକୁ ୫ ଓ୍ୱିକେଟରେ ମାତ୍ ଦେଇଥିଲା । ଯାହା ସବୁଠାରୁ ଖୁସି ଦେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ । କାରଣ ଦିଲ୍ଲୀ ହାରିବା ପରେ ପ୍ଲେ-ଅଫରେ ଏଣ୍ଟ୍ରି କରିଛି ଆରସିବି । ଯଦି ଦିଲ୍ଲୀ ଏହି ମ୍ୟାଚ୍ ଜିତିଥାନ୍ତା ତେବେ ଆରସିବି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଥାନ୍ତା । କୋହଲି ଓ ଟିମ୍ ଏହି ଲିଗ ମ୍ୟାଚରେ ମୁମ୍ବାଇକୁ ସମର୍ଥନ କରିଥିଲେ ଓ ଦିଲ୍ଲୀ ହାରିଥିଲା । ଏପରିକି ମ୍ୟାଚ୍ ବେଳେ ଆରସିବି ଖେଳାଳି ବଡ ସ୍କ୍ରିନରେ ମ୍ୟାଚ୍ ବସି ଦେଖିଥିଲେ ।
ତେବେ ମୁମ୍ବାଇ ମ୍ୟାଚ୍ ଜିତିବା ପରେ ଖୁସି ହୋଇ ଯାଇଥିଲେ ବାଙ୍ଗାଲୋର ପ୍ଲେୟାର । ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ଓ ଅନ୍ୟ ସମସ୍ତ ଖେଳାଳି ନାଚି ଉଠିଥିଲେ । କୋହଲିଙ୍କ ସମେତ ଅନ୍ୟ ଖେଳାଳି ଠୁମକା ଲଗାଇଥିଲେ । ଡ୍ୟାନ୍ସ ଭିଡିଓକୁ ଆରସିବି ନିଜ ଟ୍ୱିଟର ପେଜରେ ସେୟାର କରିଛି । ଫ୍ରାଞ୍ଚାଇଜି କିଛି ଫଟୋ ବି ସେୟାର କରିଛନ୍ତି । ଫଟୋରେ ମଧ୍ୟ କୋହଲି, ଡୁପ୍ଲେସିସ, ମ୍ୟାକ୍ସଓ୍ୱେଲ ନାଚୁଥିବା ନଜର ଆସିଥିଲ । ଷ୍ଟାଫ୍ ମେମ୍ବର ମଧ୍ୟ ଖେଳାଳିଙ୍କୁ ଖୁସିରେ ସାମିଲ ହୋଇଥିଲେ ।
