ଆରବିଆଇ କରୁଛି ପ୍ରଥମ ଗ୍ଲୋବାଲ୍ ହ୍ୟାକାଥନ୍ : ୪୦ ଲକ୍ଷ ଟଙ୍କା ଜିତିବାର ସୁଯୋଗ, ଏହି ତାରିଖରୁ ଆରମ୍ଭ ହେବ ପଞ୍ଜୀକରଣ
ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ ଓ ସୁବିଧାଜନକ କରିବା ଲକ୍ଷ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ନିଜର ପ୍ରଥମ ଗ୍ଲୋବାଲ୍ ହ୍ୟାକାଥନ୍ କରୁଛି । ଏହି ହ୍ୟାକାଥନ୍ ଘୋଷଣା କରି ଆରବିଆଇ କହିଛି ଯେ ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ ତଥା ସୁବିଧାଜନକ କରିବା ଏହାର ଥିମ୍ ରଖାଯାଇଛି । ‘ହରବିଞ୍ଜର୍ ୨୦୨୧’ ନାମକ ଏହି ହ୍ୟାକାଥନ୍ ପାଇଁ ପଞ୍ଜୀକରଣ ନଭେମ୍ବର ୧୫ରୁ ଆରମ୍ଭ ହେବ । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ହ୍ୟାକାଥନରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀଙ୍କୁ ଡିଜିଟାଲ ପେମେଣ୍ଟକୁ ବଞ୍ଚିତ ଲୋକଙ୍କ ନିକଟରେ ପହଞ୍ଚିବାର ବ୍ୟବସ୍ଥା, ପେମେଣ୍ଟ ସରଳ କରିବା ଏବଂ ଏହାସହ ଜଡ଼ିତ ଅଭିଜ୍ଞତାକୁ ଉନ୍ନତ କରିବା ସହିତ ଡିଜିଟାଲ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ସହ ଜଡିତ ସମସ୍ୟାଗୁଡିକ ଚିହ୍ନଟ ସହିତ ତାହାର ସମାଧାନ ଉପସ୍ଥାପନ କରିବାକୁ ହେବ ।
ଆରବିଆଇ କହିଛି, “ହରବିଞ୍ଜର୍ ୨୦୨୧ର ଅଂଶ ହେବାରୁ ଅଂଶଗ୍ରହଣକାରୀମାନଙ୍କୁ ଶିଳ୍ପ ବିଶେଷଜ୍ଞଙ୍କଠାରୁ ମାର୍ଗଦର୍ଶନ ଓ ସେମାନଙ୍କର ଅଭିନବ ସମାଧାନ ପ୍ରଦର୍ଶନ କରିବାକୁ ଏକ ସୁଯୋଗ ମିଳିବ ।” ଜଣେ ଜ୍ୟୁରୀ ପ୍ରତ୍ୟେକ ବର୍ଗରେ ବିଜେତା ଚୟନ କରିବେ । ପ୍ରଥମ ସ୍ଥାନ ବିଜେତାଙ୍କୁ ୪୦ ଲକ୍ଷ ଟଙ୍କା ଦିଆଯିବ, ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ।
