ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର
ପୁରୀ : ପୁରୀ ଏସସିଏସ କଲେଜ ପରିସରରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି। ଉଦ୍ଧାର ପକ୍ଷୀଟି କର୍ଣ୍ଣା କ୍ରେକ ପ୍ରଜାତିର ବୋଲି ଜଣାପଡିଛି। ଇତିହାସ ବିଭାଗର ଛାତ୍ର ସୌମ୍ୟରଞ୍ଜନ ବରାଳ ଓ ଜ୍ୟୋତି ପ୍ରକାଶ ସାହୁ କ୍ଲାସ ସାରି ଫେରିବା ବେଳେ ଆହତ ପକ୍ଷୀଟିକୁ କଲେଜ ପରିସରରେ ଦେଖିବାକୁ ପାଇଥିଲେ। ପକ୍ଷୀଟି ଉଡି ପାରୁନଥିଲା। ଖବର ପାଇ ସେମାନେ ଡିଏଫଓଙ୍କୁ ଖବର ଦେଇଥିଲେ। ପରେ ବନବିଭାଗ ଟିମ ପହଞ୍ଚି ଆହତ ପକ୍ଷୀକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନେଇଛନ୍ତି। ତେବେ ପକ୍ଷୀଟି କେଉଁ ଆଡୁ ଓ କିଭଳି କଲେଜ ପରିସରକୁ ଆସିଲା ତାହା ସ୍ପଷ୍ଟ ହୋଇନାହିଁ।
